ବିଗତ ୫ବର୍ଷ ହେବ ପୁରୀ ସଦର ନିର୍ବାଚନ ମଣ୍ଡଳୀର ୨ଟି ପଞ୍ଚାୟତର ୩ଟି ୱାର୍ଡରେ ପିଇବା ପାଣି ଆସୁନାହିଁ | ନିର୍ବାଚନ ପରେ ନିର୍ବାଚନ ସରିଛି ଏହି ଗୋଟେ ପଞ୍ଚାୟତରୁ ମଧ୍ୟ ଜଣେ ନେତା ଲଢ଼ି ନିର୍ବାଚନ ଜିତି ଆଜି ବ୍ଲକ ଅଧ୍ୟକ୍ଷ | ହେଲେ ଏତେ ପଯ୍ୟନ୍ତ ପଞ୍ଚାୟତକୁ ଅଣଦେଖା ବିଗତ ଦିନରେ ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ ସହ ୫ଟି କୁ ଫୋନ କରି ବାରମ୍ବାର ଅଭିଯୋଗ ହୋଇଥିଲେବି କୌଣସି ଫଳପ୍ରଦ ହୋଇନାହିଁ | ଅନେକ ଟୁଇଟ ମଧ୍ୟ ଇତି ମଧ୍ୟରେ ହୋଇଛି ସୁଫଳ ମିଳିନାହିଁ | ଆଜି ଏହି ଅଞ୍ଚଳରେ ବସବାସ କରୁଥିବା ଲୋକମନେ ଅତିଷ୍ଠ ହୋଇ ନିଜର ଅସୁବିଧାକୁ ଦୂର କରିବା ନିମନ୍ତେ ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ ଙ୍କ ନେତୃତ୍ୱରେ ଗ୍ରାମର ୧୦ଜଣିଆ ଯୁବକ ଏବଂ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଜ଼ିଲ୍ଲାପାଳଙ୍କ ଗ୍ରିଭାନ୍ସରେ ଲିଖିତ ଅଭିଯୋଗ ଦେଇଥିଲେ |
ଜ଼ିଲ୍ଲାପାଳ ସଦର ବିଡ଼ିଓ ଏବଂ ଆର.ଡବ୍ଲୁ.ଏସ.ଏସର ବିଭାଗୀୟ ଅଫିସରଙ୍କୁ ତୁରନ୍ତ ପଦକ୍ଷପ ପାଇଁ ସଚେତନ କରାଇଥିଲେ | ଏହି ପାନିୟ ଜଳ ଅସୁବିଧାକୁ ଦୂର କରିବା ନିମନ୍ତେ ଏକ ଟେଣ୍ଡର ଡ଼କାଯାଇଥିବା ବେଳେ ଗୁରୁବାର କିମ୍ବା ଶୁକ୍ରବାର ଦିନ ବିଭାଗୀୟ ଅଧିକାରୀ ଗ୍ରାମକୁ ଯାଇ ଗ୍ରାମର ଅସୁବିଧା ଉପରେ ସମ୍ପୂର୍ଣ୍ଣ ଅବଗତ ହେବାକୁ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ଏହା ସହ ଏହି ଅସୁବିଧାର ଯଥାଶୀଘ୍ର ସମାଧାନ ପାଇଁ ଜ଼ିଲ୍ଲାପାଳ ତାଗିଦ କରିଥିବାରୁ ଜ଼ିଲ୍ଲାପାଳଙ୍କୁ ଗ୍ରାମବାସୀ ଧନ୍ୟବାଦ ଅର୍ପଣ କରିଛନ୍ତି | ଗଙ୍ଗନାରୟଣ ପୁର ପଞ୍ଚାୟତ ଅନ୍ତର୍ଗତ ୱାର୍ଡ ନମ୍ବର ୧୦ ଓ ବଳିପଡ଼ା ପଞ୍ଚାୟତର ୧୩ ଓ ୧୪ନମ୍ବର ୱାର୍ଡରେ ଟୋଟାଲ ୩ଗୋଟି ନଳକୂପ ରହିଥିବା ବେଳେ ଏହା ସମ୍ପୂର୍ଣ୍ଣ ଗ୍ରାମକୁ ଜଳ ଯୋଗାଇ ପାରୁନି | ଗତ ୫ବର୍ଷ ପୂର୍ବରୁ ଟ୍ୟାପ ଦ୍ୱାରା ଗ୍ରାମକୁ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିବା ବେଳେ ଗ୍ରାମବାସୀ ଅସୁବିଧା ଭୋଗୁ ନଥିଲେ | ଗତ ୫ବର୍ଷ ହେବ ଏହି ଟ୍ୟାପ ଜଳ ଯୋଗାଣ ବ୍ୟବସ୍ଥା ଠପ ହୋଇଯାଇଛି ଆଉ ପାଣି ଆସୁନାହିଁ | ବାଲିପଡ଼ା ଓ ଗଙ୍ଗନାରୟଣ ପୁର ଅଞ୍ଚଳ କେବଳ ପାନୀୟ ପାଣି ଅସୁବିଧା ଭୋଗୁଥିବା ବେଳେ ଅନ୍ୟ ସମସ୍ତ ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି | ଏହି ଅନ୍ତେ ବାଲିପଡ଼ା ଗ୍ରାମର ବୈଜେଷ୍ଠ ନେତୃତ୍ୱ ରମେଶ ଚନ୍ଦ୍ର ସାହୁ, ପଦ୍ମନାଭ ରାଉତ, ମିଥୁନ ପ୍ରଧାନ ଙ୍କ ସହ ଗ୍ରାମର ଯୁବନେତା ଆଦିତ୍ୟ କୁମାର, ଅଜିତ ରାଉତ, ଲକ୍ଷ୍ମୀଧର ସେଠି, ସୁବାସ ପରିଡା ମିଳିମିଶି ୮୦୦ ଗ୍ରାମବାସୀଙ୍କ ଦସ୍ତଖତ ସଂଗ୍ରହ କରି ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ, ବସ୍ତି ନେତା ମନୋଜ ମଣ୍ଡଳ, ଛାତ୍ର କଂଗ୍ରେସ ପୂର୍ବତନ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର, ଛାତ୍ର ନେତା ରୀଶାନ ଦାଶ ଙ୍କ ନେତୃତ୍ୱରେ ଜ଼ିଲ୍ଲାପାଳଙ୍କୁ ଭେଟି ୨ଟି ଗ୍ରାମର ୩ଟି ୱାର୍ଡର ଅନ୍ତଵାସୀ ଗଣ ଭୋଗ କରୁଥିବା ଅସୁବିଧା ର ସମାଧାନ ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଛି |