ଗଞ୍ଜାମ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରତିବର୍ଷ କେନ୍ଦ୍ର ସରକାରଙ୍କ ତରଫରୁ ନ୍ୟାସନାଲ ପଚାଂୟତ ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି କ୍ରମରେ ୨୦୨୨ ବର୍ଷ ପାଇଁ ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକର ୪ଟି ପଚାଂୟତ ପୁରସ୍କୃତ ହୋଇଛି । ପଚାଂୟତ ସଶକ୍ତିକରଣ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକ ସମେତ ଶାରୁ ଏବଂ ରଙ୍ଗେଇଲୁଣ୍ଡା ବ୍ଲକର କେଲୁଆପଲ୍ଲୀ ଗ୍ରାମପଚାଂୟତକୁ ଦିନଦୟାଲ ଉପାଧ୍ୟାୟ ପଚାଂୟତ ସଶକ୍ତିକରଣ ପୁରସ୍କାର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଛି । ସେହିପରି ଗଞ୍ଜାମ ବ୍ଲକ କାଇଂଚପୁର ପଚାଂୟତକୁ ଚାଇଲ୍ଡ ଫ୍ରେଣ୍ଡଲି ପୁରସ୍କାର ମିଳିଛି । ଶେରଗଡ଼ ବ୍ଲକ ମହୁପଦର ପଚାଂୟତକୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର ପ୍ରଦାନ କରାଯାଇଥିା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।
Related Stories
November 22, 2024