-
ମହମବତୀ ଓ ମୋବାଇଲ ଫୋନ୍ ଟର୍ଚ୍ଚ ଆଲୁଅରେ ମହିଳାଙ୍କ ପ୍ରସବ କରାଇଲେ ଡାକ୍ତର
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ପୋଲସରା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗି ଓ ଡ଼ାକ୍ତର । ଗତକାଲି ଜଣେ ଗର୍ଭବତୀ ପ୍ରସୂତି ବିଭାଗରେ ଭର୍ତି ହୋଇଥିଲେ । ତେବେ ସଂନ୍ଧ୍ୟାରେ ବିଦ୍ୟୁତ ଚାଲିଯିବାରୁ ସେହି ଗର୍ଭବତୀ ମହିଳାଙ୍କୁ ଡାକ୍ତର ମାନେ ମହମବତୀ ଜଳାଇ ଏବଂ ମୋବାଇଲ ଫୋନ୍ ଟର୍ଚ୍ଚ ଦ୍ଵାରା ସେହି ମହିଳାଙ୍କ ପ୍ରସବ କରାଇଥିଲେ । ମହିଳା ଜଣକ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଏହି ଡାକ୍ତରଖାନାରେ ଜେନେରେଟର କିମ୍ବା ଇନଭର୍ଟର ନଥିବାରୁ ରୋଗୀ ଓ ଡାକ୍ତର ମାନେ ବିଦ୍ୟୁତ ଚାଲିଗଲେ ଅନ୍ଧାରରେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ସ୍ଥାନିୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।