-
ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ
-
ବିଷକ୍ରିୟାର କୌଣସି ସୂଚନା ନାହିଁ
କଟକ, କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁରୁରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା ମାମଲାରେ ମୃତକ ମାନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଏସସିବି ମେଡ଼ିକାଲରୁ ଆସିଛି । ତେବେ ଏହି ରିପୋର୍ଟରେ ବିଷକ୍ରିୟାର କୌଣସି ସୂଚନା ନାହିଁ । ମୃତକ ମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି । ଏଥିରୁ ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ସ୍ପଷ୍ଟ ହୋଇଛି । ଜୀବନ ବଂଚାଇବାକୁ ସମସ୍ତେ ପ୍ରତିରୋଧ କରିଥିବା ରିପୋର୍ଟରୁ ଜଣାପଡିଥିବା ନେଇ କଟକ ଗ୍ରାମାଚଂଳ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରକାଶ ଥାଉକି, ଜମିଜମା ବିବାଦ ଓ ପାରିବାରିକ କଳହକୁ ନେଇ ଗତ ୧୧ ତାରିଖ ରାତିରେ ଅଭିଯୁକ୍ତ ସାନ ଭାଇ ଶିବ ବଡ ଭାଇ ଅଲେଖ ସାହୁ, ଭାଉଜ, ୧୮ ବର୍ଷିୟା ଝିଆରୀ, ଦୁଇ ନାବାଳକ ପୁତୁରାଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ଘରେ ତାଲା ପକାଇ ସେଠାରୁ ଫେରାର୍ ହେବା ସହ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲା ।