ମାଲକାନଗିରି, ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା ପଞ୍ଚାୟତ ଜିପିଏଲପି ଗୃହ କକ୍ଷରେ ଚିତ୍ରକୋଣ୍ଡା ବ୍ଲକ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ମାଲକାନଗିରି ଜିଲା ଆରଏସଇଟିଇ ସହାୟତାରେ ଚିତ୍ରକୋଣ୍ଡା ପଞ୍ଚାୟତର ପଚିଶରୁ ଉର୍ଦ୍ଧ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ନେଇ ସ୍ଵୟଂ ସହାୟକ ଗୋଷ୍ଠୀକୁ ବିଭିନ୍ନ ତାଲିମ ଦେବା ନିମନ୍ତେ ଏକ ଜୀବିକା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଗୋଷ୍ଠୀର ମହିଳା ମାନେ କିଭଳି ବିଭିନ୍ନ ତାଲିମ ଯଥା ଅଗରବତୀ, କ୍ୟାଣ୍ଡେଲ ଏବଂ ଛତୁ, ହଳଦୀ ଚାଷ ଇତ୍ୟାଦି ଯୋଜନାକୁ ନେଇ ଜୀବିକା ପରିବର୍ତ୍ତନ କରି ରୋଜଗାରରେ ବୃଦ୍ଧି କରିବାକୁ ଏକ ଜୀବିକା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆରଏସଇଟିଇର ସଂଯୋଜକ ବିପିନ ଶତପଥି, ବିପିଏମ ପର୍ଶୁରାମ ବେହେରା, ବିଏଲସି ସୋମନାଥ କୁମ୍ଭାର ଏବଂ ଚିତ୍ରକୋଣ୍ଡା ପଞ୍ଚାୟତ ଏମବିକେ ଓ ସିଆରପି ଉପସ୍ଥିତ ଥିଲେ।