
ଭୁବନେଶ୍ୱର, ରାଜ୍ୟରେ କୋଭିଡ କାରଣରୁ ଲଗା ଯାଇ ଥିବା ମାସ୍କ ପିନ୍ଧିବା ସମ୍ପର୍କିତ କଟକଣାକୁ ଏଯାବତ ହଟା ଯାଇ ନାହିଁ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।
ଦିଲ୍ଲୀ ସମେତ ଅନ୍ୟ ରାଜ୍ୟ ମାନଙ୍କରେ କରୋନା ମାମଲା ବଢୁଥିବା ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଏବେ ମଧ୍ୟ ରାଜ୍ୟରେ ଲୋକ ମାନଙ୍କୁ ମାସ୍କ ପିନ୍ଧିବା ପାଇଁ ସମସ୍ତଙ୍କୁ କୁହାଯାଇଛି । ଭିଡ଼ ସ୍ଥାନକୁ ଗଲେ ମାସ୍କ ପିନ୍ଧନ୍ତୁ । ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ପରିସ୍ଥିତି ଜଟିଳ ହେଉଥିବା ବେଳେ ଆମ ରାଜ୍ୟର ସ୍ଥିତି ଭଲ ଅଛି । ଦୈନିକ ସଂକ୍ରମଣ ୧୦ ରୁ ୨୦ ମଧ୍ୟରେ ରହୁଛି । ତେଣୁ ସମସ୍ତେ କୋଭିଡ ନିୟମ ପାଳନ କଲେ ରାଜ୍ୟର ସ୍ଥିତି ନିୟନ୍ତ୍ରଣରେ ରହିବ ।
ଯେଉଁଠି ଆବଶ୍ୟକ ସେଇଠି ନୂଆ ଷ୍ଟାଟେଜି କରିବାକୁ ସବୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଏହାସହ ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି । ଆଗକୁ ସ୍ଥିତି ଦେଖି ନିଷ୍ପତି ନିଆଯିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ବର୍ତର୍ର୍ମାନ ଏହାର ସିଭିଅରିଟି ନାହିଁ । ଏହାକୁ ଚତୁର୍ଥ ଲହର କହିହେବ ନାହିଁ ବୋଲି ସେ କହିଛନ୍ତି ।