
ଭୁବନେଶ୍ୱର, ବର୍ତମାନ ସୁଦ୍ଧା ରାଜ୍ୟରେ ମାତ୍ର ୧୭ ପ୍ରତିଶତ ଲୋକ ପ୍ରିକସନ ଡୋଜ ନେଇଛନ୍ତି । ଲୋକ ମାନଙ୍କ ମଧ୍ୟରେ ପ୍ରିକସନ ଡୋଜ ନେବାର ଆଗ୍ରହ ନାହିଁ । ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ ସଂକ୍ରମଣ ନିରନ୍ତର ବଢୁଥିବା କାରଣରୁ ଲୋକ ମାନେ ଶୀଘ୍ର ପ୍ରିକସନ ଡୋଜ ନେବା ଉଚିତ । ରାଜ୍ୟର ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହା କହିଛନ୍ତି ।
ସେ କହିଛନ୍ତି, ପ୍ରିକରୋନା ସଂକ୍ରମଣ କମିଥିବାରୁ ଲୋକ ମାନେ ଢିଲା ହେଉଛନ୍ତି । ବର୍ତର୍ର୍ମାନ ସୁଦ୍ଧା ରାଜ୍ୟରେ ୧୦ ଲକ୍ଷ ୧୯ ହଜାର ୮୮୧ ଜଣ ପ୍ରିକସନ ଡୋଜ ନେଇଛନ୍ତି । ରାଜ୍ୟରେ ୫୯ ଲକ୍ଷ ୪୨ ହଜାର ୭୯୬ ଜଣଙ୍କୁ ପ୍ରିକସନ ଡୋଜ ଦେବା ବର୍ତର୍ମାନ ସୁଦ୍ଧା ପାଇଁ ଲକ୍ଷ୍ୟ ରଖାଯାଇଛି । ୧୮ ବର୍ଷରୁ ଅଧିକ ଶ୍ରେଣୀରେ ଏଯାଏ ମାତ୍ର ୬,୭୨୭ ଜଣ ପ୍ରିକସନ ଡୋଜ ନେଇଛନ୍ତି । ରାଜ୍ୟରେ ବର୍ତର୍ର୍ମାନ ସୁଦ୍ଧା ୬ କୋଟି ୪୮ ଲକ୍ଷ ୭୫୨ ଜଣଙ୍କୁ ଟିକା ଦିଆ ଯାଇଥିବା ସେ ସୂଚନା ଦେଇଛନ୍ତି ।