
ଭୁବନେଶ୍ୱର, ବିହାର ସରକାର ୧୮ ରୁ ୫୯ ବର୍ଷ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କରୋନା ବୁଷ୍ଟର ଡୋଜ୍ ମାଗଣାରେ ଦେବାପାଇଁ ଗତକାଲି ନିଷ୍ପତି ନେଇଛନ୍ତି । ବିହାର ସରକାରଙ୍କ ଭଳି ଓଡ଼ିଶା ସରକାର ମଧ୍ୟ ଆମ ରାଜ୍ୟରେ ବୁଷ୍ଟର ଡୋଜ୍ ସବୁ ୧୮ ରୁ ୫୯ ବର୍ଷ ଯୋଗ୍ୟ ହିତାଧିକାରୀଙ୍କୁ ମାଗଣାରେ ଦେବାପାଇଁ ସମାଜବାଦୀ ପାର୍ଟି ରାଜ୍ୟସଭାପତି ରବି ବେହେରା ଦାବି କରିଛନ୍ତି । ଏ ସଂକ୍ରାନ୍ତରେ ଶ୍ରୀ ବେହେରା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ତୁରନ୍ତ ଏ ଦିଗରେ ନିଷ୍ପତି ନେଇ ସମସ୍ତଙ୍କୁ ମାଗଣା ବୁଷ୍ଟର ଡୋଜ୍ ଦେବାକୁ ଅନୁରୋଧ କରିଛନ୍ତି ।