
ଭୁବନେଶ୍ୱର, ଓଡିଶା ସଚିବାଳୟ ସେବା ସଂଗଠନର ନବନିର୍ବାଚିତ କର୍ମକର୍ତାଙ୍କର ଶପଥ ଗ୍ରହଣ ଉତ୍ସବ ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସେବାସଂଘର ନିର୍ବାଚନ କମିଶନର ମନୋଜ ପଟ୍ଟନାୟକ, ରମେଶ ଚନ୍ଦ୍ର ମଲ୍ଲିକ ଏବଂ ସମରେନ୍ଦ୍ର ନନ୍ଦୀ ନିର୍ବାଚିତ କର୍ମକର୍ତା ମାନଙ୍କୁ ଶପଥ ପାଠ କରାଇଥିଲେ । ଗତ ଏପ୍ରିଲ ୧୨ ତାରିଖରେ ଉକ୍ତ ସଂଘର ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା ।
ପ୍ରଯତ୍ନ ବରାଳଙ୍କ ନେତୃତ୍ୱରେ ଗଠିତ ଯୁବଗୋଷ୍ଠୀ ସମସ୍ତ ୯ ଗୋଟି ପଦରେ ବାଜିମାତ କରିଥିଲେ । ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ଅଜୟ କୁମାର ସ୍ୱାଇଁ (ସଭାପତି) , ଅଜୟ କୁମାର ପରିଡା ଏବଂ ପ୍ରତ୍ୟୁଷ କୁମାର କଅଂର (ଉପସଭାପତି), ପ୍ରଯତ୍ନ ବରାଳ (ସାଧାରଣ ସମ୍ପାଦକ) , ଅମିତ କୁମାର ମହାନ୍ତି , ବିବେକାନନ୍ଦ ସାହୁ , ବିଷ୍ଣୁ ଚରଣ ନାଏକ ଏବଂ ଚିରଞ୍ଜିବୀ ସ୍ୱାଇଁ (ସମ୍ପାଦକ) ଏବଂ ଲଳିତ ମୋହନ ଦାସ (ସମୀକ୍ଷକ) ପଦବୀରେ ଶପଥ ଗ୍ରହଣ କରିଥିଲେ । ଏହି ଉତ୍ସବରେ ସଂଘର ପାଖାପାଖି ୧୫୦୦ ଜଣ ସଦସ୍ୟ ଉପସ୍ଥିତ ଥିଲେ ।