ରାଉରକେଲା,ରାଉରକେଲା ସହର ଏବେ ମହାନଗର ହୋଇଛି, ସେପଟେ ଟାଟା ପାୱାର ବିଜୁଳି ଦାୟିତ୍ବରେ, ହେଲେ ସହରରେ ବିଗତ ଏକ ସପ୍ତାହ ଧରି ଘନ ଘନ ଅଘୋଷିତ ବିଦ୍ୟୁତ କାଟ ସହର ବାସିଙ୍କୁ ଅସ୍ତ ବ୍ୟସ୍ତ କରିଛି । ଆଜି ସକାଳ ୧୦ଟାରୁ ଅଘୋଷିତ ଭାବେ ବିଦ୍ୟୁତ କାଟ ହୋଇଛି ଯେ ଦିନ ୨ଟା ୩୦ ଯାଏ ବିଜୁଳି ନାହିଁ, ସହରରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହୁଛି, ଇନଭର୍ଟର ଯେଉଁମାନେ ରଖିଛନ୍ତି ସେମାନେ କିଛି ସମୟ ସମ୍ଭାଳିହେଲେ, କିନ୍ତୁ ଜାହାର ସେ ବ୍ୟବସ୍ଥା ନାହିଁ ତାକୁ ଗରମରେ ଆଉଟି ପାଉଟି ହେବାକୁ ପଡିଛି । ବଜାରରେ ଥଣ୍ଡା ପାନୀୟ, ଦହି, ଆଇସକ୍ରିମ ବେପାର କରୁଥିବା ଲୋକେ ଆଜି ଫ୍ରିଜ ଖୋଲି ନାହାନ୍ତି। ଗରମରେ ଦୋକାନ ବଜାର ମଧ୍ୟ ପ୍ରଭାବିତ ହୋଇଛି । ବିଗତ ଏକ ସପ୍ତାହଧରି ବିଜୁଳି ଯାଉଥିଲା ଆସୁଥିଲା, ଆଜି ଦିର୍ଘ ସମୟ ଧରି ଘୋଷଣା ନକରି ବଜୁଳି କାଟିବା ଲୋକଙ୍କ ମହଲରେ ଅସନ୍ତୋଷ ସୃସ୍ଟି କରିଛି, ବିଭାଗର ବାବୁ ମାନେ ମୋବାଇଲ ଉଠାଉ ନାହାନ୍ତି। ବିଭାଗ କିଛି ଅଂଚଳରେ ଗ୍ରାହାକଙ୍କୁ ନେଇ ଗୃପ କରିଛି ସେଥିରେ କିଛି ଖବର ନାହିଁ , ଭୋଟ ବେଳେ ଭୋଟ ମାଗିବାକୁ ଆସୁଥିବା କୁଜି ନେତା ମାନେ ମଧ୍ୟ ନିରବ ,ବିଧାୟକ ମଧ୍ୟ ନୀରବ । ନିଜେ ଖଣ୍ଡେ ଘର କରି ଛେଣ୍ଡ , ବାସନ୍ତି ଆଦି ଅଂଚଳରେ ପିଲାଛୁଆ ଧରି ରହୁଥିବା ଲୋକ ଆଜି ଘଂଟା ଘଂଟା ଧରି ବିଜୁଳି କାଟ ଯୋଗୁ ଛଟ ପଟ ହେବା ସମଗ୍ର ସହରରେ ଏ ବ୍ୟବସ୍ଥାକୁ ଘୋର ନିନ୍ଦା କରାଯାଇଛି ।