ମାଲକାନଗିରି,ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଉଡୁପା ଗ୍ରାମପଞ୍ଚାୟତର ଆକୁର ଗ୍ରାମ ଠାରେ ପାଣ୍ଡ୍ରିପାଣି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟାରେ ମେଗା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଉକ୍ତ ସ୍ଵାସ୍ଥ୍ୟ ଶିବିର ରେ ୭୮୧ ରୋଗୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ଔଷଧ ସହ ଉପଯୁକ୍ତ ପରାମର୍ଶ ଦିଆଯାଇଥିଲା ।
ଏହି ସ୍ଵାସ୍ଥ୍ୟ ଶିବିରରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ପ୍ରଫୁଲ୍ଲ ନନ୍ଦ, ଡ.ସନ୍ଧ୍ୟାରାଣୀ ପଟ୍ଟନାୟକ, ଡ.ପ୍ରଫୁଲ ବେହେରା, ଡିଏମଆରସିଏଚ୍ ବନବିହାରି ମିଶ୍ର, ବିଭିଡ଼ି ଅଜିତ ଦଳେଇ, ଡ. ଧନେଶ୍ଵର ମହାପାତ୍ର, ମାଲକାନଗିରି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନ, ବ୍ଲକ ସ୍ତରୀୟ ସମସ୍ତ ଚିକିତ୍ସା ଅଧିକାରୀ, ବ୍ଲକ ସ୍ତରର ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ମହିଳା ନେତ୍ରୀ ତଥା ଉଡୁପା ପଞ୍ଚାୟତ ସମିତି ସଭ୍ୟା ଜୟନ୍ତୀ ବୁରୁଦା, ସରପଞ୍ଚ ଗଙ୍ଗା ମାଡକାମୀ ଓ ସମସ୍ତ ୱାର୍ଡ ସଭ୍ୟ, ସମସ୍ତ ଆଶା, ଅଙ୍ଗନବାଡି କର୍ମୀ ସହାୟତା କରିଥିଲେ ।