ଘସିପୁରା, ରାଜ୍ୟରେ ଗ୍ରୀଷ୍ମପ୍ରବାହ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଜଳପାଇଁ ଲୋକ ମାନେ ନାହିଁ ନଥିବା ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଇତିମଧ୍ୟରେ ଵୈଶାଖ ମାସ ଆରମ୍ଭ ହୋଇଯାଇଛି। ସାଧାରଣ ଜନତା ପିଇବା ପାଣି ଟୋପେ ପାଇଁ ଅନେକ ସ୍ଥାନରେ ହଇରାଣ ହରକତ ହେଉଛନ୍ତି। ଏମିତି ଏକ ଘଟଣା ହେଖିବାକୁ ମିଲିଛି ଘସିପୁରା ବ୍ଲକ ଅନ୍ତର୍ଗତ ଗୋହିରା ପଂଚାୟତ କଲାବିଲା ବନ୍ଧତଳ ସାହିରେ। ସାହିର ଲୋକସଂଖ୍ୟା ଶହେରୁ ଉର୍ଧ ହୋଇଥିବା ବେଳେ ଗ୍ରାମର ଚାତୁରୀ ନିକଟରେ ପାଞ୍ଚ ବର୍ଷ ପୂର୍ବେ ଏକ ନଳକୂଅ ଖନନ କରାଯାଇଥିଲା, ହେଲେ ଏହା ସଫଳ ହୋଇନଥିଲା। ଏଠାକାର ଲୋକମାନେ କି ଖରାଦିନ ଅବା ବର୍ଷା ଦିନ ସ୍ଵଚ୍ଛ ପାନୀୟ ଜଳ ଟିକେ ପାଇଁ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏମାନେ ଏକ ନନ୍ଦ କୂଅରୁ ପାଣି ନେଇ ପିଇଥାନ୍ତି, ତାହାପୁଣି ପ୍ରତିଯୋଗିତାରେ ଆଗଲୋକକୁ ପାଣି ମିଳେ ପଛଲୋକ ପାଇଁ ପାଣି ନଥାଏ। ତାକୁ ବାଧ୍ୟ ହୋଇ କେନାଲବନ୍ଧରୁ ପାଣି ଆଣିବାକୁ ପଡିଥାଏ।
ଏ ସମ୍ପର୍କରେ ସରପଂଚଙ୍କ ଠାରୁ ଅଧିକାରୀ ଯାଏ ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ ଆଜିଯାଏ ପାଣି ପାଇ ପାରିନାହାନ୍ତି ବୋଲି ଜାନକୀ ମୁଣ୍ଡା, ସୁରୁ ମୁଣ୍ଡା, ଚନ୍ଦୁ ମୁଣ୍ଡା, ସବିତା ମୁଣ୍ଡା, ରେବତୀ ମୁଣ୍ଡା, ଲକ୍ମି ମୁଣ୍ଡା, ମାନି ମୁଣ୍ଡା, ସୃତି ମୁଣ୍ଡା, ମାମିନା ପୁର୍ତ୍ତି, ସୀତା ମାରାଣ୍ଡି, ସୁନୀଲ ମୁଣ୍ଡା ପ୍ରମୁଖ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଆନନ୍ଦପୁର ଉପଖଣ୍ଡ ଜଳ ପରିମଳ ନିର୍ବାହୀ ଅଧିକାରୀ ଅମୀୟ ପରିଡାଙ୍କୁ ଯୋଗାଯୋଗ କରିବାରୁ ଆମ ହାତରେ କିଛି ସୁବିଧା ନାହିଁ ପଂଚାୟତ କିମ୍ବା ଜିଲା ପରିଷଦ ପକ୍ଷରୁ ଲିଖିତ ଭାବେ ଲେଖା ମିଳିଲେ ଆମେ କିଛି ସାହାଯ୍ୟ କରିପାରିବୁ ବୋଲି କହିଥିଲେ।