
● ଦେବଗିରି ସା˚ସ୍କୃତିକ ଅନୁଷ୍ଠାନର ୨୭ତମ ବାର୍ଷିକ
ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଅବସରରେ ଦିଆଯିବ ସମ୍ମାନ
ବାଲେଶ୍ବର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ- ସୁଖ୍ୟାତ କବି ମନୋଜ ମେହେର ଚଳିତ ବର୍ଷର ମର୍ଯ୍ୟାଦାଜନକ ଦେବଗିରି ସାହିତ୍ୟ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ସେହିପରି ନାଟ୍ୟକାର ତଥା ଲୋକସ˚ସ୍କୃତି ଗବେଷକ ପରମେଶ୍ବର ମୁଣ୍ତଙ୍କୁ ମର୍ଯ୍ୟାଦାଜନକ ଦେବଗିରି ନାଟ୍ୟ ସମ୍ମାନ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି। ରାଜ୍ୟର ଅଗ୍ରଣୀ ସାହିତ୍ୟ ସ˚ଗଠନ ଦେବଗିରି ସା˚ସ୍କୃତିକ ଅନୁଷ୍ଠାନର ୨୭ତମ ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଅବସରରେ କଳାହାଣ୍ତି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ଠାରେ ଆସନ୍ତା ୧୦ରୁ ୧୩ ତାରିଖ ଯାଏଁ ଆୟୋଜିତ ହେବାକୁଥିବା ଉତ୍ସବରେ ମନୋନୀତ ପ୍ରତିଭାଙ୍କୁ ସମ୍ମାନିତ କରାଯିବ। ‘ସମାଜ’ର ସହ-ସ˚ପାଦକ ଭାବେ କାର୍ଯ୍ୟରତ ମନୋଜ ମେହେର ଓଡ଼ିଆ ସାହିତ୍ୟରେ ଏକ ନିଆରା କାବ୍ୟସ୍ବର। ପାରମ୍ପରିକ ଧାରାରୁ ଭିନ୍ନ ତାଙ୍କର ଗଦ୍ୟ କବିତା ତାଙ୍କୁ ଦେଇପାରିଛି ଏକ ସ୍ବତନ୍ତ୍ର ପରିଚୟ। ତାଙ୍କର ପ୍ରକାଶିତ ପୁସ୍ତକମାନଙ୍କ ମଧ୍ୟରେ ରହିଛି ‘ପକ୍ଷୀ’, ‘ଖୋଲାଝର୍କା’, ‘ଅଦ୍ବିତୀୟ ବ୍ୟକ୍ତିବିଶେଷ’, ‘ଦୁଃଖଫୁଲ’, ‘ତିରିଶ ଭିତରର ମନୋଜ’ ଓ ‘ଜୀବନ ପ୍ରେମିକ’। ସେହିପରି ଭବାନୀପାଟଣା ସ୍ଥିତ ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ
ମହାବିଦ୍ୟାଳୟର ଅଧ୍ୟାପକ ପରମେଶ୍ବର ମୁଣ୍ତ ନାଟ୍ୟ ଜଗତରେ ଏକ ସୁପରିଚିତ ବ୍ୟକ୍ତିତ୍ବ। ମ˚ଚ ସମେତ ତାଙ୍କର ଅନେକ ନାଟକ ଦେଶର ବିଭିନ୍ନ ମ˚ଚରେ ପ୍ରଦର୍ଶିତ ହେବା ସହ ଆକାଶବାଣୀ ଓ ଦୂରଦର୍ଶନରେ ପ୍ରସାରିତ ହୋଇ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି।
ଦେବଗିରି ସମାଜସେବା ସମ୍ମାନ ପାଇବେ ଯୁବ ସମାଜସେବୀ ସୁଶ୍ରୀ ଫୁଲ୍ମେ ମାଝୀ। ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ବନ୍ଧପାରୀ ପଞ୍ଚାୟତର ରାଜେନ୍ଦ୍ରପୁର ଗ୍ରାମରେ ଜନ୍ମିତ ଫୁଲ୍ମେ ମହିଳାମାନଙ୍କୁ ସ˚ଗଠିତ କରି ସାମାଜିକ ସତେଚନତା, ମଦ ବିରୋଧୀ ଆନ୍ଦୋଳନ ସହ ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରି ସମଗ୍ର ମହିଳା ସମାଜ ପାଇଁ ଆଦର୍ଶ ସାଜିଛନ୍ତି। ଦେବଗିରି ସାମ୍ବାଦିକତା ସମ୍ମାନ ପାଇବେ ‘ସମ୍ବାଦ’ର ସୁନ୍ଦରଗଡ଼ ପ୍ରତିନିଧି ଡମ୍ବରୁଧର ନାୟକ। ସମ୍ବାଦ ପରିବେଷଣ ସହ କବିତା ରଚନା ତଥା ଦଳିତ ପତ୍ରିକା ‘ଡେର୍ନା’ର ପ୍ରକାଶକ ଭାବେ ସେ ନିଜ ପ୍ରଗତିଶୀଳ ଚେତନାର ପରିଚୟ ଦେଇଛନ୍ତି। ଏଥିସହ ନାଟ୍ୟକାର ତଥା ମ˚ଚ ଅଭିନେତା ଶରତ ଚନ୍ଦ୍ର ଭୋଇଙ୍କୁ ପ୍ରଦାନ କରାଯିବ ଦେବଗିରି କଳା ସମ୍ମାନ। ଶ୍ରୀ ଭୋଇ ଅନେକ ନାଟକ ରଚନା କରିଥିବାବେଳେ ମ˚ଚରେ ଅଭିନୟ ଓ ନିର୍ଦ୍ଦେଶନା
ତାଙ୍କୁ ଏକ ସ୍ବତନ୍ତ୍ର ପରିଚିତି ଦେଇଛି। ସେହିପରି ଯୁବ ଚିତ୍ରଶିଳ୍ପୀ ସରୋଜ ବିଶିଙ୍କୁ ଦେବଗିରି ଶିଳ୍ପୀ ସମ୍ମାନ ପ୍ରଦାନ କରାଯିବ। ରାୟଗଡ଼ାର ‘ଚଇତି’, କୋରାପୁଟର ‘ପରବ୍’, ବଲାଙ୍ଗିରର ‘ଲୋକ ମହୋତ୍ସବ’, କଳାହାଣ୍ତି ଉତ୍ସବ ‘ଘୁମୁରା’ର ‘ପାର୍ବା ମ˚ଚ’, ବୁଢ଼ାଡଙ୍ଗର ମହୋତ୍ସବ, କୁମାରସ୍ବାମୀ ମହୋତ୍ସବ ଆଦି ଅନେକ ମ˚ଚ ନିର୍ମାଣରେ ସେ ନିଜର କଳାନୈପୂଣ୍ୟ ପ୍ରଦର୍ଶନ କରି ଉଚ୍ଚ ପ୍ରଶ˚ସିତ ହୋଇଛନ୍ତି। ଏଥିସହ ସଫଳ ଚାଷୀ ଭଗବାନ ଶିଖାଙ୍କୁ
ଦେବଗିରି କୃଷି ସମ୍ମାନ ଓ ସେବାନିବୃତ୍ତ ସୈନିକ ସମିଉଲ୍ଲା ଖାଁଙ୍କୁ ଦେବଗିରି ଦେଶସେବା ସମ୍ମାନ ପ୍ରଦାନ କରାଯିବ।
ଏହି ଅବସରରେ ଚାରିଦିନ ବ୍ୟାପି କୁମାରସ୍ବାମୀଙ୍କ ପୂଜାର୍ଚ୍ଚନା ସହ ରାଜ୍ୟର ବିଭିନ୍ନ ଅ˚ଚଳର ଲୋକକଳା ଓ ସା˚ସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ ବୋଲି ଅନୁଷ୍ଠାନର ଯୁଗ୍ମ ସ˚ପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।