ମାଲକାନଗିରି, ମାଲାକାନଗିରି ଜିଲା ପୋଟେରୁ ଫାଣ୍ଡି ଅନ୍ତର୍ଗତ ଏମ୍ଭି – ୬ ଏବଂ ଲଛମନଗୁଡ଼ା ଗ୍ରାମ ରାସ୍ତାରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ସେ ହେଲେ ପୋଟେରୁ ମାର୍କେଟ ସାହି ଅଞ୍ଚଳରେ ରହୁଥିବା ଉତ୍ତମ କର୍ମକାର ( ୫୨ ) । ତେବେ ଏକ ଟ୍ରାକ୍ଟର ସହ ଉତ୍ତମଙ୍କ ବାଇକ୍ ଧକ୍କା ହୋଇଥିବା କେତେକ ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ପୋଲିସ ଜବତ କରିଛି । ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଖବରରୁ ଜଣାପଡିଛି, ଉତ୍ତମ ବୃତ୍ତିରେ ଜଣେ ବ୍ୟବସାୟୀ । ସେ ଉକ୍ତ ଅଞ୍ଚଳରେ ହେଉଥିବା ସାପ୍ତାହିକ ହାଟଗୁଡିକରେ ସୁନା ରୁପା ବ୍ୟବସାୟ କରି ପରିବାର ଚଳାଉଥିଲେ । ଶନିବାର ମଧ୍ୟ ସେ ନିକଟସ୍ଥ ଖାଲଗୁଡା ସାପ୍ତାହିକ ହାଟକୁ ବ୍ୟବସାୟ ପାଇଁ ଯାଇ ରାତିରେ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ପୋଟେରୁ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି । ଏସଆଇ ପଦ୍ମନ ପୂଜାରୀ ଘଟଣାର ତଦନ୍ତ କରୁଛନ୍ତି।