-
ଓକିଲଙ୍କ କାର୍ଯ୍ୟବନ୍ଦ ଯୋଗୁଁ ଶୁଣାଣି ହୋଇପାରିଲାନି
-
ବିଚାର ବିଭାଗୀୟ ହାଜତକୁ ଫେରିଲେ ଗୋବିନ୍ଦ ଓ ରାଧେ
ବଲାଙ୍ଗିର,କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀକୁ ଆଜି କଂଟାବାଞ୍ଜି ଏଡିଜେ କୋର୍ଟରେ ହାଜର କରାଯିବାକୁ ଥିବା ବେଳେ ଓକିଲଙ୍କ କାର୍ଯ୍ୟବନ୍ଦ ଯୋଗୁଁ ଶୁଣାଣି ହୋଇପାରିନାହିଁ । ଦୁଇ ଅଭିଯୁକ୍ତ ପୁଣି ଥରେ ବିଚାର ବିଭାଗୀୟ ହାଜତକୁ ଫେରିଛନ୍ତି । କୋର୍ଟଙ୍କ ପକ୍ଷରୁ ପରବର୍ତି ଶୁଣାଣି ନେଇ ତାରିଖ ମଧ୍ୟ ବର୍ତମାନ ସୁଦ୍ଧା ଧାର୍ଯ୍ୟ ହୋଇନଥିବା ଜଣାପଡିଛି ।