
ଭୁବନେଶ୍ୱର, କିଛି ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଏ ନେଇ ରାଜ୍ୟ ସରକାର ସତର୍କ ଅଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର ଏହା କହିଛନ୍ତି ।
ସେ କହିଛନ୍ତି ଯେ ଦିଲ୍ଲୀ ଭଳି କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ନେଇ ରାଜ୍ୟ ସରକାର ସତର୍କ ଅଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ୭ରୁ ୮ ଜିଲ୍ଲା ଛାଡ଼ି ଦେଲେ ବାକି କେଉଁଠି କେସ୍ ନାହିଁ । ତେବେ ଜିଲ୍ଲା ମାନଙ୍କୁ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି- ରାଜ୍ୟରେ ଆଇସିଏମଆର ଗାଇଡଲାଇନ ଅନୁସାରେ ଟେଷ୍ଟ ବଢ଼ାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।