
-
ଯୋଗ ଦେବେ ମନ୍ତ୍ରୀ ପ୍ରତାପ ଜେନା ଓ ସମୀର ରଂଜନ ଦାସ
ଭୁବନେଶ୍ୱର, ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କର ବିୟୋଗ ପରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ସାଂସଦ ଅପରାଜିତା ଷଡଂଗୀ ସମେତ ଅନେକ ମାନ୍ୟଗଣ୍ୟ ଲୋକମାନେ ଯାଇ ତାଙ୍କର ଶେଷଦର୍ଶନ କରିଛନ୍ତି । ଅନ୍ୟ ପକ୍ଷରେ ଆଜି ପୁରୀ ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ଜଣା ପଡିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଅନୁସାରେ ମନ୍ତ୍ରୀ ପ୍ରତାପ ଜେନା ଓ ସମୀର ରଂଜନ ଦାଶ ଏବଂ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବେ ।