
-
ରାଜଧାନୀର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ
ଭୁବନେଶ୍ୱର , ବାରମ୍ବାର ଦାବି କରିବା ସତ୍ୱେ ରାଜ୍ୟ ସରକାର ସେମାନଙ୍କ ଦାବି ପ୍ରତି କର୍ଣପାତ କରୁ ନ ଥିବାରୁ ସୋମବାର ଦିନ ଓଡ଼ିଶା ଡ୍ରାଇଭର ମହାସଂଘ ପୁଣି ଥରେ ରାସ୍ତାକୁ ଓହ୍ଲାଇଛି ।
। ସୁରକ୍ଷା, ସମ୍ମାନ ଓ ବୀମା ଦାବିରେ ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ ଛକରେ ହଜାର ହଜାର ଡ୍ରାଇଭର ଏକାଠି ହୋଇଛନ୍ତି । ଏହି କାରଣରୁ ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ ରୂପେ ବିପର୍ଯସ୍ତ ହୋଇ ପଡିଛି ।
ଅନ୍ୟପକ୍ଷରେ ଆନ୍ଦୋଳନରତ ଡ୍ରାଇଭର ମାନେ ସେମାନଙ୍କର ଦାବି ପୂରଣ ନ ହେଲା ଯାଏ ରାଜଧାନୀ ଛାଡ଼ିବୁ ନାହିଁ ଚେତାବନୀ ଦେଇଛନ୍ତି । ଗତକିଛି ମାସ ତଳେ ସଂଘ ପକ୍ଷରୁ ମହାରାଲିର ଆୟୋଜନ କରି ସରକାରଙ୍କୁ ଦାବିପତ୍ର ଦିଆଯାଇଥିଲା । ମାତ୍ର ସରକାର ଦାବିର କର୍ଣ୍ଣପାତ ନକରିବାରୁ ପୁଣିଥରେ ସେମାନେ ଆନ୍ଦୋଳନ କରୁଛନ୍ତି ।