
ଭୁବନେଶ୍ୱର ,ରାଜ୍ୟରେ ପୁଣି ବଢ଼ିଛି ବସ୍ ଭଡ଼ା । ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପ୍ରତି ୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ପାଇଛି । ସେହିପରି ସୁପର ପ୍ରିମିୟମ ଭଡ଼ା କି.ମି. ପିଛା ୬ ପଇସା ବଢ଼ିଛି । ଅଟୋମେଟିକ ମେକାନିଜିମ ଆଧାରରେ ବସ୍ ଭଡ଼ା ବୃଦ୍ଧି ପାଇଥିବା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ବୃଦ୍ଧି ପରେ ସାଧାରଣ ବସ୍ ଭଡା କିଲୋମିଟର ପିଛା ୯୦ରୁ ୯୨ ପଇସା ହୋଇଛି । ଏକ୍ସପ୍ରେସ୍ ବସ୍ ଭଡା୯୪ ପଇସାରୁ୯୬ ପଇସା , ଡିଲକ୍ସ ବସ୍ ରେ ଭଡା ୧ଟା ୩୧ ପଇସାରୁ ୧ଟଙ୍କା ୩୫ ପଇସା ହୋଇଛି । ସେହିପରି ଏସି ଡିଲକ୍ସ ବସ୍ ଭଡା ୧ ଟଙ୍କା ୫୯ ପଇସାରୁ ୧ ଟଙ୍କା ୬୩ ପଇସା ହୋଇଛି । ସୁପର ପ୍ରିମିୟମ ଭଡା ୨ଟଙ୍କା ୪୭ ପାଇସାରୁ ବଢ଼ି ୨ ଟଙ୍କା ୫୩ ପଇସା ହୋଇଛି ।