ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାନବପ୍ରେମୀ ତଥା ମାନବବାଦୀ ବିଲକିସ୍ ଏଧିଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ମାନବିକତା କାର୍ଯ୍ୟରେ ତାଙ୍କର ଦୀର୍ଘ ଦିନର ଉତ୍ସର୍ଗୀକୃତ ସେବା ସମଗ୍ର ବିଶ୍ୱରେ ଲୋକଙ୍କ ଜୀବନକୁ ଛୁଇଁଛି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବିଲକିସ୍ ଏଧିଙ୍କ ପରଲୋକରେ ମୋର ହୃଦୟରୁ ସମବେଦନା । ତାଙ୍କର ଜୀବନ ବ୍ୟାପି ମାନବିକ କାର୍ଯ୍ୟ ବିଶ୍ୱର ଲୋକଙ୍କ ହୃଦୟକୁ ଛୁଇଁଛି । ଭାରତର ଲୋକମାନେ ତାଙ୍କୁ ବହୁତ ଭଲ ପାଆନ୍ତି । ତାଙ୍କର ଆତ୍ମାକୁ ଶାନ୍ତି ମିଳୁ ।”