-
ଅଭିଯୁକ୍ତ ଶିବ କୋର୍ଟରେ ହାଜର
କଟକ, କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁରୁରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା ମାମଲାର ଅଭିଯୁକ୍ତ ଶିବପ୍ରସାଦ ସାହୁର ରିମାଣ୍ଡ ଅବଧି ଶେଷ ପରେ ଆଜି ସାଲେପୁର ଜେଏମଏଫସି କୋର୍ଟରେ ହାଜର କରିଥିଲା ପୋଲିସ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କୋର୍ଟରେ ହାଜର ପୂର୍ବରୁ ତାର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।
ପ୍ରକାଶ ଥାଉ କି, ଗତ ୧୧ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତ ସାନ ଭାଇ ଶିବ ବଡ ଭାଇ ଅଲେଖ ସାହୁ, ଭାଉଜ, ୧୮ ବର୍ଷିୟା ଝିଆରୀ ଓ ଦୁଇ ନାବାଳକ ପୁତୁରାଙ୍କୁ କଟୁରୀରେ ହାଣି ହତ୍ୟା କରିବା ପରେ ଘରେ ତାଲା ପକାଇ ଫେରାର୍ ହୋଇଯାଇଥିଲା ।