
ପୁରୀ, ଶ୍ରୀମନ୍ଦିର ବିମଳା ମନ୍ଦିର ନିକଟରେ ଟଳି ପଡିଛନ୍ତି ଜଣେ ଭକ୍ତ । ସେ ଛତିଶଗଡ଼ ରାଜ୍ୟର । ତାଙ୍କ ନାମ ୱାଇ.ବି. ମୂର୍ତି । ସେ ପୁରୀ ବୁଲିବାକୁ ଆସିଥିଲେ । ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିରରେ ବିମଳା ମନ୍ଦିରକୁ ଦର୍ଶନ କରିବାକୁ ଯିବା ସମୟରେ ହଠାତ୍ ସେ ଅଚେତ୍ ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।