
ଭଦ୍ରକ -ଏବେ ପିଆଜ ଦର ଆକାଶ ଛୁଆଁ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ନିଦ୍ର୍ଧେଶ କ୍ରମେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ସହରର ୫ଟି ସ୍ଥାନରେ ପାଇକାରୀ ଦରରେ ବିକ୍ରୟ ଆରମ୍ଭ ହୋଇଛି। ଫଳରେ ସାଧାରଣ ଖାଉଟିମାନଙ୍କ ମଧ୍ଯରେ ସାମାନ୍ୟ ଆଶ୍ବସ୍ତି ମିଳିଛି। ଇତିମଧ୍ଯରେ ଭାରତ ବିଦେଶରୁ ପିଆଜ ଆମଦାନୀ କରିଛି। ଭାରତୀୟ ବନ୍ଦର ନିକଟରେ ଏବେ ଦୁଇଶହ ଟନ୍ ପିଆଜ ପହôଥିବାବେଳେ ୩ ହଜାର ଟନ୍ ପିଆଜ ରାସ୍ତାରେ ରହିଛି। ଖୁବ୍ ଶୀଘ୍ର ଏହି ପିଆଜ ଖୁଚୁରା ବଜାରରେ ଉପଲବ୍ଧ ହେଲେଶ ମୂଲ୍ୟ ହ୍ରାସ ପାଇବ ବୋଲି ଜିଲା ପ୍ରଶାସନ ସୂଚନା ଦେଇଛି। ତେବେ ଆଜି ଜିଲାପାଳଙ୍କ ନିଦ୍ର୍ଧେଶରେ େଯାଗାଣ ବିଭାଗ ପକ୍ଷରୁ ଭଦ୍ରକ ସହରର କଚେରୀ ବଜାର, ଚନ୍ଦନ ବଜାର, ନୂଆ ବଜାାର, ପୁରୁଣାବଜାର ଓ ଚରµା ଠାରେ କେଜିକୁ ୪୮ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି ଆରମ୍ଭ ହୋଇଛି।