
ବଲାଙ୍ଗୀର ,ଗତକାଲି ବନ ବିଭାଗର କର୍ମଚାରୀମାନେ ପେଟ୍ରୋଲିଂ ବେଳେ ମେହେର ମୁଣ୍ଡା ଗ୍ରାମରେ ଏକ ଟ୍ରାକଟର ନ ଓଡ଼ି ୦୩ ଏଚ ୪୫୨୧ ରେ ହରଡା , ପାସି ,ନିମ୍ବ, ଖଇସ ଓ ବବୁଲ ଗଛ ର ୪୨ ଖଣ୍ଡ ନେଇ ଯାଉଥିବା ଟ୍ରାକଟର କୁ ଅଟକ ରଖି ଜବତ କରିଥିବା ବେଳେ ଗାଡ଼ି ଚାଳକ କୁ ଗିରଫ କରିଛନ୍ତି। ଏହି ଚଢ଼ାଉ ରେ ବଲାଙ୍ଗିର ଡେପୁଟି ରେଞ୍ଜର କେଶବ କୃଷ୍ନ ନାୟକ, ବ୍ୟାସଦେବ ସାହୁ ବନପାଳ , ଅଶୋକ ସେଠ ବନରଖି ,ରଞ୍ଜିତ କୁମ୍ଭାର ବନରଖି , ସସ୍ମିତା ରଥ ବନରଖି ଓ ପାରା ସ୍କ୍ୱାର୍ଡ ମିଳିତ ଚଢ଼ାଉ କରିଥିଲେ। ବଲାଙ୍ଗିର ରେଞ୍ଜ ର କର୍ମଚାରୀ ଙ୍କ ଏହି ସଫଳତା ଯୋଗୁଁ ତାଙ୍କୁ ସାଧୁବାଦ ଦିଆଯାଇଛି।