
ଭୁବନେଶ୍ୱର. ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ସାରା ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜିତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ସକାଳ ୬ଟା ୩୦ରେ ତିଳ ତର୍ପଣ, ୭ଟା ୩୦ରେ ପ୍ରଭାତଫେରୀ କରାଯାଇଛି । ପରେ ସମୂହ ସଫେଇ ଅଭିଯାନ ଏବଂ ୮ଟା ୩୦ରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ସ୍ମୃତି ସଭା ଆଦିର କାର୍ଯ୍ୟକ୍ରମ କରାଯାଇଛି । ସେହିପରି ବିଜେଡି ନେତା ଓ କର୍ମୀ ସନ୍ଧ୍ୟା ୫ଟାରେ ଦୀପ ଦାନ ସହ ସମୂହ ସଂକଳ୍ପ ନେବେ । ଓଡ଼ିଶା ମୋ ପରିବାର ପକ୍ଷରୁ ପ୍ରତି ନିର୍ବାଚନ ମଣ୍ଡଳୀରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ୧୫ଦିନ ଧରି ରକ୍ତଦାନ ଶିବିର ଚାଲିବ । ଆଜି ପ୍ରଥମ ଦିନରେ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଥାଯାଇଥିବା ନେଇ ସୂଚନା ଦିଆ ଯାଇଛି ।