-
ଆଗାମୀ ମନ କି ବାତ ଆଗାମୀ ୨୪ ଏପ୍ରିଲ
ଭୁବନେଶ୍ୱର, ମନ କି ବାତର ଗତ ଏପିସୋଡ ଗୁଡିକ ଉପରେ ଆଧାରିତ ଏକ ପତ୍ରିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେୟାର କରିଛନ୍ତି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମନ କି ବାତର ଏପ୍ରିଲ ୨୪ରେ ହେବାକୁ ଥିବା ଆଗାମୀ ଏପିସୋଡକୁ ଶୁଣିବାକୁ ମଧ୍ୟ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଛନ୍ତି ଯେ – ଏହା ଗତ ମାସର ମନ କି ବାତ ଉପରେ ଏକ ପତ୍ରିକା ଯେଉଁଥିରେ ଆମେ ଭାରତର ରପ୍ତାନୀ, ଆୟୁର୍ବେଦ ଷ୍ଟାର୍ଟ ଅପ, ଜଳ ସଂରକ୍ଷଣ ଓ ପାରମ୍ପାରିକ ମେଳା ଭଳି ବିଭିନ୍ନ ବିଷୟରେ ଚର୍ଚା କରିଥିଲେ । ଆପଣ ମାନେ ୨୪ ତାରିଖ ଦିନର ଆଗାମୀ ଏପିସୋଡରେ ସାମିଲ ହୁଅନ୍ତୁ ।