
-
ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ କଲେ ଆଲୋଚନା
କନ୍ଧମାଳ , କେନ୍ଦ୍ରଶିକ୍ଷାମନ୍ତ୍ରୀ ଡ. ସୁବାସ ସରକାର, ଦିନିକିଆ କନ୍ଧମାଳ ଗସ୍ତରେ ଆସି ଜିଲ୍ଲାରେ ବିଭିନ୍ନ ଉ୍ନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ସେ ଫୁଲବାଣୀ ପହଂଚିବା ପରେ ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପ ବୁଲି ଦେଖିଥିଲେ । ତାଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।
ଡ. ସରକାର ଫୁଲବାଣୀରେ ନିର୍ମାଣାଧୀନ ମେଡିକାଲ କଲେଜ ଓ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ସେହପରି ଆକାଂକ୍ଷୀ ଜିଲ୍ଲା ଆକାରରେ ଜିଲ୍ଲାର ଶିଶୁ ଓ ମାତୃ ମୃତ୍ୟୁ ହାର, କୃଷି, ଜଳସେଚନ ଓ ଅନ୍ୟ ବିଷୟ ଗୁଡିକ ମଧ୍ୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।
ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସରକାର ପଶ୍ଚିମ ବଙ୍ଗରୁ ଟ୍ରେନ ଯୋଗେ ଭୁବନେଶ୍ୱର ଆସି ସେଠାରୁ କାର ଯୋଗେ ସିଧାସଳଖ କନ୍ଧମାଳ ଜିଲା ଗସ୍ତରେ ଆସି ଦିନ ଦଶଟା ସମୟରେ ସର୍କିଟ ହାଉସ ଠାରେ ପହଂଚିଥିଲେ । ପହଂଚିବାପରେ ସେଠାରେ ବିଜେପି ଓ ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛସ୍ୱୀତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା
ବିଜେପି ପକ୍ଷରୁ ବିଜେପି ନେତା ଭଗବାନ ମହାନ୍ତି, ଅଜିତ ପଟ୍ଟନାୟକ, ପୌରାଧ୍ଯକ୍ଷାସ୍ମିତା ମହାନ୍ତି,କାଉନସିଲ ରମେଶ ମହାନ୍ତି, ନଗର ସଭାପତି ସୁଶାନ୍ତ ମହାନ୍ତି ପ୍ରମୁଖ ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବରୀ ଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ ।
ପରେ ଜିଲ୍ଲା ପ୍ରଶାସନର ସମ୍ମିଳନୀ କକ୍ଷ ଠାରେ ବରୀଷ୍ଟ ଅଧିକାରୀମାନଙ୍କ ସହ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଉନ୍ନୟନ୍ନ ମୂଳକ ଯୋଜନା ସଂପର୍କୀତ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।