ନୂଆପଡା ଜିଲ୍ଲା ଖଡ଼ିଆଳ ତିଖାଲି ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ କେନାଲ ଦ୍ବାରା ଜଳ ଯୋଗାଣ ବ୍ୟବସ୍ଥା କରାଯାଇଅଛି। ଜଳ ଆବଣ୍ଟନ ନେଇ ପାଣିପଞ୍ଚାୟତ ଗଠିତ ହୋଇ ଏହାର ଅନୁଧ୍ୟାନ ଉପରେ ନଜର ଦେବା କଥା, କିନ୍ତୁ ବେଆଇନ ଭାବରେ ଚାଷୀମାନେ କେନାଲ ମଝିରେ ୮ ଗୋଟି ସ୍ଥାନ ରେ ଅଟକ ରଖିଥିଲେ। ଏହାର ଖବର ପାଇ ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ରାତ୍ରିରେ କେନାଲ ସ୍ଥିତି ଅନୁଧ୍ୟାନ କରିଥିଲେ। ପାଣି ଅଟକାଇଥିବା ଅବରୋଧକୁ ଉଚ୍ଛେଦ କରିଛନ୍ତି। ପ୍ରକୃତରେ କେନାଲ ଜଳକୁ ମଝିରେ ବାଲି ବସ୍ତା, କାଠ ଦେଇ ଅଟକାଇଥିଲେ। ଲାଞ୍ଜି ସବ ମାଇନର ଏବଂ ଡୁଆଝର ଶେଷ ମୁଣ୍ଡ ପର୍ଯ୍ୟନ୍ତ କେନାଲ ପାଣି ପହଂଚି ନଥିବା ବେଳେ ଉଚ୍ଛେଦ ପରେ ଜଳ ପହଂଚିଅଛି। ତେଣୁ ପାଣି ପଂଚାୟତ ଏହାର ଦୃଷ୍ଟି ଦେବା ଆବଶ୍ୟକ ଅଟେ।
Related Stories
November 22, 2024