ନୂଆପଡ଼ା,ଗ୍ରାମାଞ୍ଚଳର ବିକାଶ ଲାଗି ସରକାର ବିଭିନ୍ନ ଯୋଜନା କରୁଛନ୍ତି । ମାତ୍ର ଯୋଜନାର ସୁଫଳ ପାଇପାରୁ ନାହାନ୍ତି ଜନସାଧାରଣ । ଫଳରେ ସରକାରଙ୍କ ଯୋଜନା ପହଞ୍ଚି ପାରୁନି ଲୋକଙ୍କ ପାଖରେ । ଏପରି ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଲିଟିସର୍ଗି ପଞ୍ଚାୟତର କୁମ୍ଭବାହାଳି ପଡାରେ । ଏଠାରେ ଦୀର୍ଘ ବର୍ଷ ପରେ ମଧ୍ୟ ଲୋକଙ୍କ ପାଇଁ ବିଦ୍ୟୁତ ଆଲୋକ ପାଲଟିଛି ସାତ ସପନ । ଲୋକେ ଚନ୍ଦ୍ରରେ ଜାଗା କିଣି ଘର କରିବା କଥା ଚିନ୍ତା କରୁଥିବା ବେଳେ ଏହି ପଡାର ଲୋକେ ଆନ୍ଧାରୀ ଜୀବନରୁ ମୁକୁଳି ପାରିନାହାନ୍ତି । ଏବେ ମଧ୍ୟ ଅନ୍ଧାରରେ ଜୀବନ କାଟୁଛନ୍ତି । ବୋଡେ଼ନ ବ୍ଲକରୁ ୯ କି.ମି ଦୂରରେ ଥିବା କୁମ୍ଭବାହାଳି ପଡା କୁ ପହଞ୍ଚି ପାରୁନି ବିଦ୍ୟୁତ ଆଲୋକ । ଫଳରେ ସାହିରେ ବସବାସ କରୁଥିବା ୧୦ ପରିବାର ଭୋଗୁଛନ୍ତି ଅନେକ ସମସ୍ୟା । ବିଦ୍ୟୁତ ନଥିବାରୁ ଏଠିକାର ଛାତ୍ରୀଛାତ୍ରୀ ଅନଲାଇନ ପାଠ ପଢୁ ନାହାନ୍ତି । ସନ୍ଧ୍ୟା ହେଲେ ସାହିରେ ଯାତାୟାତ କରିବା କଷ୍ଟକର ହୋଇଥାଏ । ଏହି ଡିବିରି ଆଲୋକରେ ପିଲା ମାନେ ପାଠ ପଢୁଛନ୍ତି । ବିଦ୍ୟୁତ ସମସ୍ୟା ସମାଧାନ ନେଇ ବିଭାଗୀୟ ସରକାରୀ କର୍ମଚାରୀଙ୍କୁ ଅନେକ ଥରେ ଜଣାଇଥିଲେ ମଧ୍ୟ କୌଣସି ସୁବିଧା ହୋଇପାରି ନାହିଁ । ତେଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ବିଦ୍ୟୁତ ଆଲୋକ ଯୋଗାଇବାର ବ୍ଯବସ୍ଥା କରିବାକୁ ପଡାବାସୀ ଅନୁରୋଧ କରିଛନ୍ତି ।
Related Stories
November 22, 2024