
ପୁରୀ, ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ସୁଆଣ୍ଡୋ ଗ୍ରାମ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ଜନ୍ମସ୍ଥାନରେ ପହଂଚି ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ । ଆଜି ସକାଳେ ସେ ସେଠାରେ ପହଂଚି ଗୋପବନ୍ଧୁଙ୍କ ଜନ୍ମସ୍ଥାନ (ଷଠିଘର) ଉନ୍ନତିକରଣ କାର୍ଯ୍ୟ, ଗୋପବନ୍ଧୁ ପାର୍କ, ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରାଯାଉଥିବା ମନ୍ଦିର, ଗୋପବନ୍ଧୁ ସ୍ମ୍ମୃତି ସଂଗ୍ରହାଳୟ ଓ ସୂଚନା କେନ୍ଦ୍ର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।
୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଏହି ଗସ୍ତ ସମୟରେ ତାଙ୍କ ସହିତ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରିୟ ଅଧିକାରୀ, ଗୋପବନ୍ଧୁଙ୍କ ଅଣନାତି ଧିରେନ୍ଦ୍ର ନାଥ ଦାଶ, ଗୋପବନ୍ଧୁ ସେବା ପରିଷଦର ସଦସ୍ୟ ତଥା ଆଇନଜିବୀ ଛାୟାକାନ୍ତ ଦାସ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ପ୍ରକଳ୍ପ ତ୍ଵରାନ୍ୱିତ ହୋଇଛି । ଏଠାରେ ପଚଂସଖାଙ୍କ ମଧ୍ୟରୁ ଅନ୍ୟତମ ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ ମନ୍ଦିର ଓ ସଂଗ୍ରହାଳୟ ନିର୍ମାଣ କରାଯାଉଛି । ସେହିପରି ଗୋପବନ୍ଧୁ ସ୍ମ୍ମୃତି ସଂଗ୍ରହାଳୟ ଓ ସୂଚନା କେନ୍ଦ୍ର ନିର୍ମାଣ ଚାଲିଛି । ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ୧୫ କୋଟି ୧୬ ଲକ୍ଷ ବ୍ୟୟ ଅଟକଳ ହୋଇଛି ।