ଗଞ୍ଜାମ, ବ୍ରହ୍ମପୁର ସହରରେ ଗତ ୪ ବର୍ଷ ତଳେ ସାଇବର୍ ଅପରାଧ ରୋକିବା ପାଇଁ ଏକ ଥାନା ଖୋଲା ଯାଇଛି । ଇତିମଧ୍ୟରେ ସାଇବର ଥାନା ପୋଲିସ ଦେଶ ବିଦେଶରେ ରହି ଠକେଇ କରୁଥିବା ଠକଙ୍କ ଠାରୁ ୯ ଲକ୍ଷ ୫୧ ହଜାର ୪୯୭ ଟଙ୍କା ଫେରାଇ ଆଣିଛି । ୧୧ଟି ମୋବାଇଲ ଉଦ୍ଧାର କରି ଲୋକଙ୍କୁ ସେମାନଙ୍କର ମୋବାଇଲ ଫେରାଇ ଦିଆଯାଇଛି । ୬୬ଟି ନକଲି ଆକାଉଂଟକୁ ଜବତ କରିବା ସହ ଏହାକୁ ବନ୍ଦ କରିଛି ପୋଲିସ । ଏହା ମଧ୍ୟରେ ୨୦୨ ଟି ମାମଲା ରୁଜ୍ଜୁ ହୋଇଛି । ଜଣକୁ ଗିରଫ କରାଯାଇଛି । ଆଜି ବ୍ରହ୍ମପୁର ଏସପି ପିନାକ ମିଶ୍ର ସାଇବର୍ ଥାନା ପରିଦର୍ଶନ କରିଛନ୍ତି । ଏହି ସମୟରେ ଥାନା ଅଧିକାରୀ ଅବିନାଶ ରେଡ୍ଡୀ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
Related Stories
November 23, 2024