ଭୁବନେଶ୍ୱର,ସଡିଆଇ ଭୁବନେଶ୍ଵର ଓ ଏନଏସଡିସି ମଧ୍ୟରେ ଆଜି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି । ଏସଡିଆଇ ଜଟଣୀ କ୍ୟାମ୍ପସରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ‘ପିଲାଙ୍କ କୌଶଳ ବିକାଶ ହେଲେ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ’ । ସେ ଏହି ଅବସରରେ ରାଷ୍ଟ୍ରୀୟ ଶିକ୍ଷାନୀତିର ଉପଦେୟତା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ । ଶିକ୍ଷାକ୍ଷେତ୍ରରେ ପିଲାଙ୍କ ଦକ୍ଷତା ବିକାଶକୁ ଗୁରୁତ୍ଵ ଦେଇ ସେ କହିଛନ୍ତି ଯେ ‘ପିଲାଙ୍କ କୌଶଳ ବିକାଶ ହେଲେ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ଛାତ୍ରଛାତ୍ରୀମାନେ ଉଦ୍ୟମୀ ହେଲେ ସ୍ବାବଲମ୍ବୀ ହୋଇପାରିବେ’ ।