ଗଞ୍ଜାମ, ମହାବିଷୁବ ସଂକ୍ରାନ୍ତି ଅବସରରେ ପିତ୍ତଳ ସୁନାରୀତୋଟା ମେରୁ ଉତ୍ସବ ପଡିଆ ନିକଟରେ ପିତଳ ଧର୍ମାନଂଦ ମହିଳା ସମିତି ଗୃହ ପରିସରରେ ପିତଳ ବ୍ରହ୍ମାକୁମାରୀ ସଙ୍ଗୀତା ପାଠଶାଳା ପକ୍ଷରୁ ଏକ ବୌଦ୍ଧିକ ଗ୍ୟାନଜଗ୍ନ୍ୟ ପ୍ରଦର୍ଶନୀର ଆୟୋଜନ ହୋଇଥିଲା।ଏହି କାର୍ଯ୍ଯକ୍ରମକୁ ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି, ଯୁବନେତା ବିକାଶ କୁମାର ଆଚାର୍ଯ୍ଯ ମିଳିତ ଭାବେ ଉଦ୍ଘାଟନ କରିଥିଲେ।
ଏଥିରେ ସର୍ବଶ୍ରୀ ବ୍ରହ୍ମକୁମାରୀ ଲୀଲା, ଆଶା, ଶୁଭ ଲକ୍ଷ୍ମୀ, ସତ୍ୟଭାମା, ରାମପ୍ରସାଦ, ପଂଚାନନ ଓ କେପଂଚାୟତ୍ରୀ ପ୍ରମୁଖ ଭାଇଭଉଣୀମାନେ ପ୍ରଦର୍ଶନୀରେ ଉପସ୍ଥିତ ହୋଇ ସମବେତ ଜନସାଧାରଣକୁଂ ଶିବବାବାଙ୍କ ଆଦର୍ଶ ମାର୍ଗ, ନରରୁ ନାରାୟଣରେ କିପରି ପରିବର୍ତ୍ତନ ହୋଇପାରିବେ। ତାର ସରଳ ମାର୍ଗ ଚିତ୍ର ମାଧ୍ଧମରେ ଶିକ୍ଷାଦାନ କରିଥିଲେ।ଏହିକାର୍ଯ୍ଯକ୍ରମରେ ଆଖପାଖ ୧୦ ଖଣ୍ଡ ଗ୍ରାମର ସହସ୍ରାଧୀକ ନରନାରୀ ସମବେତ ହୋଇଥିଲେ। ସଂପାଦିକା ସୁଶ୍ରୀ ପୁଷ୍ପାଜଂଳି ପଣ୍ଡାଙ୍କ ତତ୍ଵାବଧାନରେ ଏହି କାର୍ଯ୍ଯ ସୁସଂଗଠିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମରେ ସମବେତ ଜନସାଧାରଣଙ୍କୁ ପୁସ୍ତିକା ବଣ୍ଟନ କରାଯାଇଥିଲା।