ଧର୍ମଶାଳା, ଶିକ୍ଷାର ବିକାଶ ନିମନ୍ତେ ସରକାର କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି । ଏହାକୁ ଅଧିକ ବିକଶିତ କରିବା ପାଇଁ ୫ଟି ଯୋଜନାରେ ବିଦ୍ୟାଳୟକଗୁଡିକୁ ସାମିଲ କରାଯାଇଛି । ହେଲେ ତଦାରଖ ନ ହେବାରୁ ଏହି କାର୍ଯ୍ୟ ନିମ୍ନମାନର କାମ କରାଯାଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ ହୋଇଥିଲା ଯାଜପୁର ଜିଲା ରସୁଲପୁର ବ୍ଲକ ମହେଶ୍ୱରପୁର ପଂଚାୟତସ୍ଥ ଚାନ୍ଦପୁର-ମହେଶ୍ୱରପୁର ଉଚ୍ଚ ବିଦ୍ୟାଳୟରେ । ଏହି ବିଦ୍ୟାଳୟ ଅଷ୍ଟମ,ନବମ ଓ ଦଶମ ଶ୍ରେଣୀରେ ମୋଟ ୧୩୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ଶେଷ ପର୍ଯ୍ୟାୟରେ ଏହି ବିଦ୍ୟାଳୟର ଉନ୍ନତି ନିମନ୍ତେ ସରକାରଙ୍କ ୫ଟିରେ ସାମିଲ କରାଯାଇଥିଲା । ହେଲେ ଏହି ବିଦ୍ୟାଳୟକୁ କେତେ ଟଙ୍କା ଅନୁଦାନ ଦିଆଯାଇଛି ଏବଂ କିକି କାର୍ଯ୍ୟ ହେବ ତାହାର କିଛି ସୂଚନା ନାହିଁ । ବିନା ସୂଚନା ଫଳରେ କାର୍ଯ୍ୟ କରାଯାଉଛି ତାହା ପୁଣି ଅତି ନିମ୍ନମାନର । ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ କାମ ଚାଲୁ ରହିଥିଲା । ଯାହାକୁ ନେଇ ଗ୍ରାମବାସୀ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ହେବା ସହିତ ଏହାର ସବିଶେଷ ଖବର ପ୍ରକାଶିତ ହୋଇଥିଲା । ଯାହାକୁ ନେଇ ଆଜି ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରାଉତ ବିଦ୍ୟାଳୟ ପରିସରରେ ପଂହଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ କାର୍ଯ୍ୟ ହୋଇଥିବା ସ୍ଥାନଗୁଡିକୁ ବୁଲି ଦେଖିଥିଲେ । ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଆଗକୁ ଭଲ କାମ ହେବ ବୋଲି ସେ ଗ୍ରାମବାସୀମାନଙ୍କୁ ପ୍ରତିଶୃତି ଦେଇଥିଲେ ।
Related Stories
November 23, 2024