କନ୍ଧମାଳ,କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କାଶୀନିପଦର ଅଂଚଳରେ ନିଜ ସ୍ତ୍ରୀ କୁ ଟାଙ୍ଗିଆରେ ହାଣି ମରଣାନ୍ତକ ଆକ୍ରମଣ କରିଛି ସ୍ବାମୀ। ଆଜି କୌଣସି କାରଣରୁ ଉଭୟଙ୍କ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ମଧ୍ୟରେ ପାଟିତୁଣ୍ଡ, ଯୁକ୍ତିତର୍କ ହୋଇଥିଲା। ଏଥିରେ, ହଠାତ୍ ଉତକ୍ଷୀପ୍ତ ହୋଇ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା କାଶିନୀପଦର ଗାଁରେ।
ସୂଚନା ଅନୁଯାୟୀ , ଶୁକ୍ରବାର ସକାଳେ ସ୍ଵାମୀ ମିଥୁନ ଡିଗାଲ ଓ ସ୍ତ୍ରୀ ହେମଲତା ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଧିରେ ଧିରେ ଏହା ଉଗ୍ରରୂପ ଧାରଣ କରିଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ମିଥୁନ ଏକ ଟାଙ୍ଗିଆରେ ହେମଲତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚୋଟ ମାରି ଚାଲିଲା। ଫଳରେ ହେମଲତା ଗୁରୁତର ଭାବେ ଆହତ ହୋଇଛନ୍ତି । ହେମଲତା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ହେମଲତାଙ୍କୁ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଫୁଲବାଣୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି। ଖବର ପାଇ ଫିରିଙ୍ଗିଆ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଖବର ପ୍ରଚାରିତ ହେବା ପରେ କାଶୀନିପଦର ଅଂଚଳରେ ବିଭିନ୍ନ ଆଲୋଚନା ହେଉଛି।