ନୂଆପଡ଼ା, ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଭାଇସାଦାନୀ ଗ୍ରାମପଂଚାୟତର ପାର୍ବତ୍ୟା ଅଂଚଳ କାଠଫେର ଅଞ୍ଚଳର ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। କାଠଫେର ସ୍କୁଲରେ ୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ରହିଥିବା ବେଳେ ୫ ଜଣ ଶିକ୍ଷକ ଥିବା ଜଣାପଡେ। ପ୍ରଧାନ ଶିକ୍ଷକ ଚଳିତ ସ୍କୁଲ ଆରମ୍ଭ ହେବା ଦିନ ମଧ୍ୟାହ୍ନ ଭୋଜନ ପାଇଁ ମହିଳା ଗୋଷ୍ଠୀଙ୍କ ଦାୟିତ୍ବ ଦେଇଥିଲେ। କିନ୍ତୁ ସ୍କୁଲ ବନ୍ଦ ଥିବାରୁ କେହି ଶିକ୍ଷକ ଯାଉନଥିଲେ। ବୋଡେ଼ନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦୃଷ୍ଟି ପଡିବା ପରେ ତୁରନ୍ତ ଉପରୋକ୍ତ ଗ୍ରାମକୁ ପରିଦର୍ଶନ କରିଥିଲେ। ସେଠାରେ ମୁଖ୍ୟତଃ ତିନି ଗୋଟି ସମସ୍ୟା ସମାଧାନ କରିଛନ୍ତି। ମଧ୍ୟାହ୍ନ ଭୋଜନ ପାଇଁ ମହିଳା ଗୋଷ୍ଠୀର ବକେୟା ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଣିବା ପାଇଁ ଜଣେ ଯୁବକଙ୍କୁ ୨୦୦୦/- ଟଙ୍କାରେ ନିଯୁକ୍ତି ଏବଂ ଛାତ୍ର ଛାତ୍ରୀ ମଧ୍ୟରେ ଉତ୍ସାହ ପାଇଁ ଅଧିକ ଉପସ୍ଥାନ ପାଇଁ ପୁରସ୍କାର ବ୍ୟବସ୍ଥା କରିଛନ୍ତି। ସର୍ବାଧିକ ଉପସ୍ଥାନ ପାଇଁ ୩୦୦/- ଦ୍ବିତୀୟ ୨୦୦/- ତୃତୀୟ ପାଇଁ ୧୦୦/- ଟଙ୍କା ପୁରସ୍କାର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଅଛି। ସ୍କୁଲରେ ଶିକ୍ଷା ବ୍ୟବସ୍ଥା ପାଇଁ ଅଧିକ ଗୁରୁତ୍ବ ଦେବାକୁ ଶିକ୍ଷକଙ୍କୁ ଆହ୍ବାନ କରାଯାଇଛି।
Related Stories
November 22, 2024