ଭୁବନେଶ୍ୱର – ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ ଘଟିବାରୁ ରାୟପୁରଠାରେ ଜରୁରୀ ଅବତରଣ କରିଛି । ଫଳରେ ଏଥିରେ ଥିବା ସମସ୍ତ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ ହେଁ ସୁରକ୍ଷିତ ରହିଛନ୍ତି ବୋଲି ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନଘାଟିର କର୍ତୃପକ୍ଷ ପ୍ରକାଶ କରିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ତଦନ୍ତ ପରେ ନିଆଁଲାଗିବାର କାରଣ ଜଣାପଡ଼ିବ । ଯାତ୍ରୀମାନଙ୍କ କହିବା ଅନୁଯାୟୀ ବିମାନ ଛାଡ଼ିବାର ଅଧଘଂଟାଏ ପରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ଜରୁରୀ ଅବତରଣ କରିଥିଲା । ଯାତ୍ରୀମାନେ ଜୟଜଗନ୍ନାଥ ବୋଲି ଚିକ୍ରାର କରିଥିଲେ । ଶ୍ରୀଜଗନ୍ନାଥଙ୍କ କୃପାରୁ ସମସ୍ତେ ରକ୍ଷା ପାଇଛନ୍ତି ବୋଲି ଯାତ୍ରୀମାନେ କହିଛନ୍ତି ।