
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର । ଜିଲ୍ଲାର ମ. ରାମପୁର ଥାନା ଅଂଚଳରେ ଏହି ମାଓ ପୋଷ୍ଟର ଦେଖିବାକୁ ମିଳିଛି । ମ. ରାମପୁରରୁ ରିଶିଡ଼ା ଯାଇଥିବା ପୂର୍ତ ବିଭାଗ ମୁଖ୍ୟ ରାସ୍ତାର ନୁନପୁର ଛକ ନିକଟରେ ଲାଗିଛି ଏହି ମାଓ ପୋଷ୍ଟର ।
ଏଠାରେ ଥିବା ଶ୍ରୀ ଏଜୁକେସନ କଲେଜରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଏପରିକି କାହାରି ଆଗରେ ଏ ବିଷୟରେ କହିଲେ ସେମାନଙ୍କୁ ଜୀବନରେ ମାରି ଦେବାକୁ ଧମକ ଦିଆଯାଉଛି । ରାଜ୍ୟ ସରକାର ୧୦ ଦିନ ଭିତରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ । ନଚେତ୍ ଆମେ ପଦକ୍ଷେପ ନେବୁ ଏବଂ ଜଣାଇଦେବୁ ଯେ ସେମାନେ କି ଭୁଲ୍ କରିଛନ୍ତି । ଝିଅ ମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ରହିଛି । ଅନ୍ୟପକ୍ଷରେ କିଛି ଦିନର ବ୍ୟବଧାନ ପରେ ନକ୍ସଲ ପୋଷ୍ଟରକୁ ନେଇ ଅଂଚଳରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି ।