ଭୁବନେଶ୍ୱର – ସାଂସଦ ଅନୁଭବ ମହାନ୍ତିଙ୍କ ଘଟଣାରେ ନିଶ୍ଚିତ ଦୃଷ୍ଟି ଦେବି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଏକ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ବାତ୍ୟା ବୁଲବୁଲ୍ ସମ୍ପର୍କିତ ପ୍ରଶ୍ନର ଉତରରେ କହିଥିଲେ ଯେ, ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛି । ତେବେ ଏହି ବାତ୍ୟାର ପ୍ରଭାବ ଓଡ଼ିଶାରେ ବିଶେଷ ଭାବ ପଡ଼ୁ ନାହିଁ । କେବଳ ବର୍ଷା ସହିତ ସାମାନ୍ୟ ପବନ ହେବ । ଏହି ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇଛି ବୋଲି କହିଥିଲେ ।