କେନ୍ଦୁଝର, ଯୋଡ଼ାରେ ଦୁଇ ଗୋଷ୍ଠି ମୁହାଁମୁହିଁ ଘଟଣା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା କରି ସମଗ୍ର କେନ୍ଦୁଝର ଜିଲ୍ଲାରେ ଗତ ୧୧ ତାରିଖ ମଧ୍ୟରାତ୍ରରୁ ଇଂଟରନେଟ୍ ସେବା ବନ୍ଦ ରହିଥିଲା । ତେବେ ଦୁଇ ଦିନ ପରେ ଆଜି ଠାରୁ ଜିଲ୍ଲାରେ ଇଂଟରନେଟ ସେବା ସ୍ଵାଭାବିକ୍ ହୋଇଛି । ଅନ୍ୟପକ୍ଷରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ଅଂଚଳରେ ୧୪୪ ଧାରା ବଳବତର ରହିବା ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉ କି, ଘଟଣାକୁ ନେଇ ଗତକାଲି ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।