ଭୁବନେଶ୍ୱର,ଭାରତ ବର୍ଷର ସମ୍ବିଧାନ ମୂଖ୍ୟ ପ୍ରଣେତା , ଜାତି ଭେଦ ପ୍ରଥା ଭଳି କୁସଂସ୍କାର ନୀତି ବିରୁଦ୍ଧରେ ସାଲିସହୀନ ନେତା ତଥା ଦେଶର ଅନ୍ୟତମ ରାଷ୍ଟ୍ରନୀତିଜ୍ଞ ଡଃ ବି. ଆର୍. ଆମ୍ବେଦକରଙ୍କର ୧୩୨ତମ ଜୟନ୍ତୀ ସି.ପି.ଆଇ.(ଏମ୍) ରାଜ୍ୟ ଅଫିସ୍ରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସି.ପି.ଆଇ.(ଏମ୍)ର ବରିଷ୍ଠ ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି, ସମ୍ପାଦକମଣ୍ଡଳୀ ସଭ୍ୟ ଜଗନ୍ନାଥ ମିଶ୍ର, ସନ୍ତୋଷ ଦାସ, ଦୁଷ୍ମନ୍ତ ଦାସ ଓ ରାଜ୍ୟ କମିଟି ସଭ୍ୟ ଯତୀନ୍ ମହାନ୍ତି, ଶ୍ରମିକ ନେତା ସତ୍ୟାନନ୍ଦ ବେହେରା ଓ ଅନ୍ୟାନ୍ୟ ଉପସ୍ଥିତ ସାଥିମାନେ ଡଃ ଆମ୍ବେଦକରଙ୍କର ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶ୍ରୀ ଆମ୍ବେଦକରଙ୍କର ଦେଶପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
Related Stories
November 2, 2024