ଭୁବନେଶ୍ୱର, ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଅବସରରେ ଉତ୍କଳ ସମ୍ମିଳନୀର ସଦସ୍ୟମାନେ ମେଂଚଶ୍ୱର ଶିଳ୍ପାଂଚଳ ଶାଖା କାର୍ଯ୍ୟାଳୟରେ ଏକତ୍ରିତ ହୋଇ ଓଡିଆ ନବବର୍ଷ ପାଳନ କରିଥିଲେ । ଏହି ଅବସରରେ ଓଡିଆ ନୂତନ ବର୍ଷର ଅଭିନନ୍ଦନ ପତ୍ର ଉନ୍ମୋଚିତ ହୋଇଥିଲା । ଉତ୍କଳ ସମ୍ମିଳନୀ ମେଂଚଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ବୈଠକରେ ସଭାପତିତ୍ୱ କରି କହିଥିଲେ ଯେ, ମାତୃ ଭାଷାରେ ଶିକ୍ଷାଲାଭ କରିବା ସହିତ ସମସ୍ତ କାର୍ଯ୍ୟ ମାତୃ ଭାଷାରେ କରିବା ସମସ୍ତଙ୍କର ମୈାଳିକ ଅଧିକାର । ଆମ ଦେଶରେ କେବଳ ହିନ୍ଦୀକୁ ସରକାରୀ ଭାଷା କରି ସମସ୍ତଙ୍କ ଉପରେ ଲଦିଦେବା ଉଚିତ ନୁହେଁ । ଏହାକୁ ଉତ୍କଳ ସମ୍ମିଳନୀ ଦୃଢ ଭାବେ ବିରୋଧ କରୁଛି । ଏହି ବୈଠକରେ ଉପ-ସଭାପତି ପ୍ରତାପ ସ୍ୱାଇଁ ଓ ଶିତଳ ଚନ୍ଦ୍ର ମହାନ୍ତି, ଯୁଗ୍ମ-ସମ୍ପାଦକ ଶିଧାର୍ଥ ଶେଖର ଗଡନାୟକ, ଇଂ ନଳିନୀ ମହାନ୍ତି, ପ୍ରତାପ କୁମାର ନନ୍ଦ, ଅକ୍ଷୟ କୁମାର ଜେଠୀ, ସମରଞ୍ଜନ ମହାନ୍ତି ଓ ପ୍ରକାଶ ସାମଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।