ଭୁବନେଶ୍ୱର, ଶାସନ କ୍ଷମତାକୁ ଆସିବାରେ ମୋଦି ସରକାର ବହୁ ଗରୀବକଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି । ମୁଦ୍ରା ଯୋଜନାରେ ୩୪କୋଟି ଅନୁସିଚତ ବର୍ଗ ଲୋକେ ଉପକୃତ ହୋଇଛନ୍ତି ଓ ଭାରତ ସରକାର ୧୮.୬୦ଲକ୍ଷ କୋଟି ଟଙ୍କା ଋଣ ଯୋଗାଇଛନ୍ତି । ୩.୧୦କୋଟି ଅନୁସୁଚିତ ବର୍ଗ ମହିଳା ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ମାଗଣାରେ ରୋଷେଇ ଗ୍ୟାସ ପାଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧.୩୧କୋଟି ଅନସୁଚିତ ବର୍ଗ ପରିବାରକୁ ପକ୍କା ଘର ଯୋଗାଇ ଦିଆଯାଇଛି । ଅନସୁଚିତ ବର୍ଗ ଛାତ୍ରଛାତ୍ରୀଙ୍କ ସ୍କଲାରସିପକୁ ୨ଗୁଣା ବୃଦ୍ଧି କରାଯାଇଛି ଏବଂ ଏଥି ପାଇଁ ୭.୭ହଜାର କୋଟି ଟଙ୍କା ମୋଦି ସରକାର ଅର୍ଥ ବ୍ୟୟ କରିଛନ୍ତି । ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଅନୁସୁଚିତ ବର୍ଗହିତାଧିକାରୀଙ୍କୁ ୫୫୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଦକ୍ଷତା ବୃଦ୍ଧି ପାଇଁ ୨.୭ଲକ୍ଷ କୋଟି ଅନୁସୁଚିତ ବର୍ଗ ଯୁବକଙ୍କୁ ମାଗଣା ପ୍ରଶିକ୍ଷଣ ଯୋଗାଇ ଦିଆଯାଉଛି । ୨୦୦୦ରୁ ଅଧିକ ଅନୁସୁଚିତ ବହୁଳ ଗାଁମାନଙ୍କୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁ ଭାବେ ବିକଶିତ କରିବାକୁ ମୋଦି ସରକାର ସଂକଳ୍ପବଦଦ୍ଧ । ମୋଦି ସରକାରଙ୍କ ଅନୁସୁଚିତ ବର୍ଗଙ୍କ ବିକାଶ ପାଇଁ ତାଙ୍କର ଦୃଢ ପ୍ରତିବଦ୍ଧତା ପାଇଁ ରାଜ୍ୟ ବିଜେପି ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଅନୁସୁଚିତ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୁର୍ବତନ ସାଂସଦ ଡ.ବିଭୁପ୍ରସାଦ ତରାଇ କହିଛନ୍ତି ।
ଅନ୍ୟ ପଟେ ଅନୁସୁଚିତ ବର୍ଗଙ୍କ ବିକାଶ ଓ କଲ୍ୟାଣ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନ ଅର୍ଥକୁ ଓଡ଼ିଶା ସରକାର ବିଭିନ୍ନ ଉପାୟରେ ବାଟମାରଣା କରି ଅନ୍ୟାୟ କରୁଛନ୍ତି । ସାମାଜିକ, ଆର୍ଥିକ, ନ୍ୟାୟିକ ନ୍ୟାୟ ପାଇବାରୁ ତାଙ୍କୁ ବଂଚିତ ରଖାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବର୍ଷକୁ ଅନୁନ୍ୟ ତିନି ଅନୁଷ୍ଠିତ ହେବାକୁ ଥିବା ଆଡଭାଇଜରୀ କମିଟି ବୈଠକ ଥରଟିଏ ମଧ୍ୟ ଅନୁଷ୍ଠିତ ହେଉନାହିଁ । ରାଜ୍ୟରେ ଅନସୁଚିତ ବର୍ଗ ଲୋକଙ୍କ ପ୍ରତି ଆକ୍ରମଣ ବଢି ଚାଲିଥିବାବେଳେ ତାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ବରଂ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେବାରେ ଅଧିକ ତତ୍ପରତା କରୁଛନ୍ତି । କେନ୍ଦ୍ରାପଡା, ଖେର୍ଦ୍ଧା ଜିଲ୍ଲା ବାଲୁଗାଁ, ଜଗତସିଂପୁର, କେନ୍ଦୁଝର ଜିଲ୍ଲାରେ ଦଳିତ ଲୋକମାନଙ୍କୁ ଆକ୍ରମଣ ହେବା ସତ୍ୱେ ଶାସକ ବିଜେଡିର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ସ୍ଥାନିୟ ପୋଲିସ ଏନଂ ପ୍ରଶାସନ ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଲଜ୍ଜାଜନକ । ରାଜ୍ୟ ସରକାରଙ୍କ ଏଭଳି ଦଳିତବିରୋଧୀ ମନୋଭାବକୁ ଆଦୈା ଗ୍ରହଣ କରାଯିବ ନାହିଁ ଏବଂ ଆଗାମୀ ଦିନରେ ଶାସକ ବିଜେଡି ଏହାର ଉଚିିତ୍ ଜବାବ୍ ପାଇବ ବୋଲି ଶ୍ରୀ ତରାଇ ଚେତାଇ ଦେଇଛନ୍ତି ।
ଏହି ଅବସରରେ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଏବଂ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।