-
ପିସିସି ପରିବର୍ତନ ହେବା ଆବଶ୍ୟକ: ନିରଂଜନ
ଭୁବନେଶ୍ୱର, ପଂଚାୟତ ଓ ପୌର ନିର୍ବାଚନ ପରେ ଓଡ଼ିଶା କଂଗ୍ରେସରେ ନେତୃତ୍ୱ ପରିବର୍ତନ ପ୍ରସଙ୍ଗ ଜୋର ଧରିଛି ।ଏହା ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା କଟକ ବାରବାଟି ବିଧାୟକ ମହମ୍ମଦ ମୋକ୍କିମ ଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ପିସିସି ସଭାପତି ପରିବର୍ତନ ହେବ ବୋଲି ସେ କହିଛନ୍ତି ।
ଏପରି ସ୍ଥିତିରେ ପ୍ରତିକ୍ରିୟା ରଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ପ୍ରତି ଦୁଇ ତିନି ବର୍ଷରେ ପିସିସି ପରିବର୍ତନ ହୋଇଥାଏ । ଏପରି ପରିବର୍ତନ ହେବା ମଧ୍ୟ ଆବଶ୍ୟକ । ,ମୁଁ ବହୁତ ଆଗରୁ ଇସ୍ତଫା ଦେଇଛି । ଏହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର । ଇସ୍ତଫା ପତ୍ର ସାର୍ବଜନୀନ କରିବାର ଆବଶ୍ୟକ ନାହିଁ । କଂଗ୍ରେସରେ ବହୁତ ଯୋଗ୍ୟ ଲୋକ ସଭାପତି ପଦ ପାଇଁ ଅଛନ୍ତି । ତେଣୁ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯାଉଛି । ପରବର୍ତି ଦାୟିତ୍ୱ କାହାକୁ ଦିଆଯିବ, ସେ ନିଷ୍ପତି ଏଆଇସିସି ନେବ । ତେବେ ଯେତେ ଶୀଘ୍ର ଏପ୍ରସଙ୍ଗରେ ନିଷ୍ପତି ନିଆଯିବ, ଦଳ ପାଇଁ ସେତେ ଭଲ ହେବ ବୋଲି କହିଛନ୍ତି ନରଞ୍ଜନ ପଟ୍ଟନାୟକ ।
ସେହିପରି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରଦାସ ବାହିନୀପତି କହିଛନ୍ତି ଯେ କଂଗ୍ରେସରେ ନିହାତି ଭାବେ ଯୋଗ୍ୟ ବ୍ୟକ୍ତି ଅଛନ୍ତି । କିଏ ଏଠି କୋଳି ଖାଇ ମଞ୍ଜି ପୋତି ନାହାଁନ୍ତି । ଯଥାଶୀଘ୍ର ପିସିସି ପରିବର୍ତନ କରିବା ସମୟ ଆସିଯାଇଛି ମୋତେ କଲେବି ଚଳିବ । ନକଲେ ମଧ୍ୟ ଚଳିବ । କିନ୍ତୁ ଦକ୍ଷିଣ ଓଡ଼ିଶାର ଜଣେ ନିହାତି ଭାବରେ ପିସିସି ହେବା ଦରକାର । ବର୍ତମାନ ସମୟ ଆସିଛି ସମସ୍ତେ ଏକଜୁଟ ହେବା ଆବଶ୍ୟକ ଅଛି । କାରଣ କଂଗ୍ରେସ ବଂଚିଲେ ଦେଶ ବଂଚିବ ।