କୋରାପୁଟ, କୋରାପୁଟ ସଦର ଥାନା ଅନ୍ତର୍ଗତ ଲୁକୁମାରୀ ଗ୍ରାମରେ ଘଟିଯାଇଛି ଏକ ବର୍ବରଚିତ ହତ୍ୟାକାଣ୍ଡ । ଗାଁରେ ଚଇତି ପର୍ବ ଚାଲିଥିଲା ବେଳେ ୩ ବର୍ଷିୟ ଶିଶୁ ପୁତ୍ରର ମୁଣ୍ଡ କାଟି ତାର ମା ତାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ଅଭିଯୁକ୍ତ ମାକୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ପୋଲିସ । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ମା ତାର ପୁଅକୁ ହତ୍ୟା କଲା ତାହା ସ୍ପଷ୍ଟ ହୋଇନି ।
Related Stories
November 22, 2024