ଗଞ୍ଜାମ, ଗଞ୍ଜାମ ଜିଲ୍ଲାର ବିଭିନ୍ନ ପୁରପଲ୍ଲୀରେ ଗତ ୨୧ ଦିନ, ୧୮ ଦିନ ଓ ୧୪ ଦିନ ଧରି ଅନୁଷ୍ଠିତ ହୋଇ ଆସୁଥିବା ଦଣ୍ଡଯାତ୍ରା ଆଜି ମେରୁ ଉତ୍ସବରେ ଉଦଯାପିତ ହେବାକୁ ଯାଉଛି । ଏହି ଅବସରରେ ବିଭିନ୍ନ ମେରୁ ଉତ୍ସବରେ ଦୋକାନ ବଜାର ଷ୍ଟଲ ଆଦି ଖୋଲା ରହିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାସେବୀ ମାନେ ପାନୀୟ ଜଳ ଏବଂ ପଣା ଜନସାଧାରଣଙ୍କୁ ଯୋଗାଇ ସେମାନଙ୍କର ତୃଷା ମେଂଟାଉଛନ୍ତି । ବିଭିନ୍ନ ସ୍ଥାନରେ ସ୍ଥାନୀୟ ପୋଲିସ ମେଳାରେ ଶାନ୍ତି ଶୃଙ୍ଖଳା ରକ୍ଷାରେ ନିୟୋଜିତ ଅଛନ୍ତି । ଅପରାହ୍ନରେ ଦଣ୍ଡୁଆ ମାନେ ଧୂଳି ଦଣ୍ଡ ଏବଂ ପାଣି ଦଣ୍ଡ ପରେ ପାଟଭୁକ୍ତାଙ୍କୁ ଅଗ୍ନିକୁଣ୍ଡ ଉପରେ ଝୁଲାଇବା ପ୍ରଥା ରହିଛି । ଏବଂ ନାକରୁ ତିନି ଟୋପା ରକ୍ତ ହୋମକୁଣ୍ଡରେ ପଡିବା ପରେ ତାଙ୍କୁ ସେଠାରୁ ହଟାଯିବ । ଉପବାସ କରୁଥିବା ମାନସିକଧାରୀ ମହିଳା ମାନେ ଶିବ ଏବଂ କାଳୀଙ୍କୁ ନଡ଼ିଆ ନୈବଦ୍ୟ ଅର୍ପଣ କରିବା ପରେ ପ୍ରସାଦ ସେବନ କରି ଉଦଯାପନ କରିବାର ବିଧି ରହିଛି ।
Related Stories
November 22, 2024