ରାଉରକେଲା – ରାଜ୍ୟରେ ମୋବାଇଲ ଟାଓାର ବସେଇବା ନାମରେ ଅନେକ ଠକେଇ ଚାଲିଥିବାବେଳେ ରାଉରକେଲା ପୁଲିସ ଏଭଳି ଏକ ଠକ ଦଳକୁ କଲିକତାରୁ ଧରିବାରେ ସଫଳହୋଇଛି ।ଗୀରଫ ଯୁବକ ମାନେ ହେଲେ କଲିକତା ଦମ ଦମ ଥାନା ଅଂଚଳର ଗୁଦା ସରକାର, ଜୟନ୍ତ ବାର୍ନାଜୀ, ପ୍ରିୟାନ୍ସୁ ଦାସ, ରୋହିତ ସରକାର ଓ ସୁବଦୀପ ରାହା । ଏମାନଙ୍କ ବୟସ ୩୪ ରୁ ୩୮ ବର୍ଷ ମଧ୍ୟରେ । ଏମାନଙ୍କ ଠାରୁ ୭ଟି ଲାପଟପ,୫୧ ଟି ଲ୍ୟାଣ୍ଡ ଲାଇନ ରିସିଭର,୧ଟି ସରଭର,୨ଟି ରୁଟର,୧ଟି ବାୟୋମାଟ୍ରିକ ମେସିନ,୨ଟି ଟାବଲେଟ,ବିଭିନ୍ନ କଂପାନୀର ୯୪ଟିସିମ କାର୍ଡ,୧୦ଟି ରସିଦ ବହି,୧୦ଟି ଷ୍ଟାଂପ,୮୦ଟି ଚେକ,୧୫୪ଟି କ୍ୟାନସଲ ଚେକ,୧୭ଟି ସ୍ୱାସ୍ଥ୍ୟ ବିମା କାଗକ ପତ୍ର,୪ଲକ୍ଷ୮୦ହଜାର ୪ଶହ ଟଙ୍କା ବିଶିଷ୍ଟ ଏକ ଏସବିଆଇର ଚେକ ଓ ନଗଦ ୫୭ହଜାର ଟଙ୍କା ଜବତ କରାଯାଇଛି ।ରାଉରକେଲା ଏସପି କେ ଶିବା ସୁବ୍ରମଣୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ରାଉରକେଲା ପୁଲିସ ଜିଲ୍ଲା ଅର୍ନ୍ତଗତ ସାଇବର ପୁଲିସ ଥାନା ର କେଶ ନଂ ୨କୁ ଆଧାର କରି ତଦନ୍ତ ପରେ ପୁଲିସ କୁ ଏହି ସଫଳତା ମିଳିଛି ।ଗତ ମାର୍ଚ ମାସ ୨୬ତାରିଖରେ ଏନେଇ ଉଦିତନଗର ପୁଲିସ ନିକଟରେ ଏକ ଏତଲା ହୋଇଥିଲା । ବାସନ୍ତୀକଲୋନୀର ପୁର୍ଣେନ୍ଦୁ ଶେଖର ପଣ୍ଡାଙ୍କ ଏତଲା ଅନୁଯାଇ ତାଙ୍କ ଘରେ ଜିଓ ମୋବାଇଲ ଟାଓାର ବସାଇବା ଲାଗି ଏକ ଫୋନ ଆସିବା ସହ ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖା ଯାଇଥିଲା । ସେଥିଲାଗି ତାଙ୍କ ସହ ମତିରେ ବିଭିନ୍ନ କାଗଜ ପତ୍ର ସହ ଶ୍ରୀ ପଣ୍ଡାଙ୍କର ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ ତଥ୍ୟ ସଂଗ୍ରକରାଯାଇଥିଲା ।ତାପରେ ତାଙ୍କ ଠାରୁ ୫୬ହଜାର ପରେ ପୁଣି ୫୬ହଜାର ନିଆଗଲା ।ପୁଣି କିଛି ଦିନପରେ ୧ଲକ୍ଷ୯୬ହଜାର ନେବା ପରେ କଂପାନୀର ଚିଫ ମ୍ୟାନେଜର କହି ୨ଲକ୍ଷ ୨୪ହଜାର ନିଆଗଲା ।ଏହି ଭଳି ତାଙ୍କ ଠାରୁ ମୋଟ୯ଲକ୍ଷ ୮୪ହଜାର ଠକିନେବା ପରେ ତାଙ୍କ ଘରକୁ କୋରିଅରେ ଏକ ଚିଠି ଆସିଥିଲା । ଶ୍ରୀ ପଣ୍ଡା ତାକୁ ପଢିବା ପରେ ତାଙ୍କୁ ସଂନ୍ଦେହ ହୋଇଥିଲା ।ପରେ ସେ ସ୍ଥାନୀୟ ଜିଓ ଅଫିସରେ ଏସବୁ ଜଣାଇବା ପରେ ସେମାନେ କହିଥିଲେ ଟାଓାର ବସେବା ନେଇ ସେମାନଙ୍କ କଂପାନୀର କୌଣସି ଯୋଜନା କେବେ ବି ନାହିିଁଁ । ଏହା ର ଦାୟିତ୍ୱ ଅନ୍ୟମାନଙ୍କର । ପରେ ସେ ଉଦିତ ନଗର ପୁଲିସ ର ସହାୟତା ନେଇଥିଲେ । ଆରମ୍ଭରୁ ବାରମ୍ବାର ଟଙ୍କା ଦେବା ଭିତରେ ବା ପୁର୍ବରୁ ଏନେଇ ସେ ସ୍ଥାନୀୟ ଜିଓ ଅଫିସ କିମ୍ବା ଅନ୍ୟକୌଣସି ଲୋକଙ୍କୁ ପଚାରିନଥିଲେ ।ରାଉରକେଲା ସହରରେ ରହୁଥିବା ବ୍ୟକ୍ତି ବିଶେଷ ଏଭଳି ଠକେଇର ଶିକାର ହେବା ନେଇ ବିଭିନ୍ନ ମହଲରେ ନାନା କଥା ଆଲୋଚନା ଚାଲିଛି ।ନିକଟରେ ଆମ ପାଖକୁ ମଧ୍ୟ ଏହି ଭଳି ଭୋଡା ଫୋନ ଟାଓାର ବସାଇବା ନେଇ ଏକ ଫୋନ କଲ ଆସିଥିଲା ।ଏନେ ସେହି କଲରଙ୍କୁ ବିଭିନ୍ନ କଥା ପଚରା ଜିବାରୁ ସେ ଗାଳି ଗୁଲଜ କରି ଫୋନ ରଖିଥିଲେ ।ରାଉରକେଲା ଭଳି ସା୍ମର୍ଟ ସିଟି ରେ ରହିବା ସହ ପ୍ରତିମୂର୍ତିରେ ଦେଶ ବିଦେଶର ବଖବର ଜାଣୁଥିବା ଲୋକେ ଯଦି ଏଭଳି ଠକେଇର ଶୀକାର ହେବେ ତେବେ ନିପଟ ମଫସରେ ରହୁଥିବା ଲୋକଙ୍କ କଥା ନକହିବା ଭଲ ।