କଟକ, କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁରୁରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ସାନ ଭାଇ ଶିବ ସାହୁଙ୍କ ପତ୍ନୀ ଘଟଣା ସମୟର ଚିତ୍ର ବୟାନ କରି କହିଛନ୍ତି ଯେ, ୧୦ – ୧୨ ବର୍ଷ ହେଲା ସେମାନେ ଆମକୁ ହଇରାଣ କରି ଆସୁଥିଲେ । ସ୍ଵାମୀ ଚାବି ମାଗିଲେ । ସେମାନେ ନଦେବାରୁ ପାଟିତୁଣ୍ଡ ହୋଇଥିଲା । ସେମାନେ ସମସ୍ତେ ମିଶିକି ମାରିଥିଲେ, ତେଣୁ ଇଏ ବି ମାରିଥିଲେ । ସ୍ଵାମୀ ମୋତେ ବାହାର ପଟୁ କବାଟ ବନ୍ଦ କରି ଦେଇଥିଲେ । ଆପଣଙ୍କୁ କିଏ କବାଟ ଖୋଲିଲା ବୋଲି ପ୍ରଶ୍ନର ଉତରରେ ସେ କହିଥିଲେ ଯେ, ସ୍ଵାମୀ ମୋତେ କବାଟ ଖୋଲିଥିଲେ । ଏବଂ କହିଥିଲେ ଏଠାରୁ ପଳା, ନଚେତ୍ ତୋତେ ମାରିଦେବି ।
Related Stories
November 21, 2024
November 21, 2024