-
ଜଣେ ବ୍ୟକ୍ତି ୫ ଜଣଙ୍କୁ ହତ୍ୟା କରିବା ନେଇ ଲାଗି ରହିଛି ସସପେନ୍ସ
-
ମାମଲାର ସିବିଆଇ ତଦନ୍ତ ଦାବି
କଟକ, କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁରୁରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା ଘଟଣାରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଛି । ଜଣେ ବ୍ୟକ୍ତି ଏକାକୀ କିପରି ୫ ଜଣଙ୍କୁ ହତ୍ୟା କଲା ସେନେଇ ଲାଗି ରହିଛି ସସପେନ୍ସ ।
ସେପଟେ ଏକଥା ସହଜରେ ବିଶ୍ଵାସ କରିହେଉନି ବୋଲି କହିଛନ୍ତି ମୃତ ଅଲେଖ ସାହୁଙ୍କ ଶାଶୂ ଓ ପରିବାର ଲୋକେ । ଜମିଜମା ବିବାଦ ସହ ଏକ ଦୁଷ୍କର୍ମ ମାମଲାକୁ ନେଇ ମତାନ୍ତର ଥିଲା । ତେବେ ମାମଲାର ସିବିଆଇ ତଦନ୍ତ ହେଲେ ସବୁ ତଥ୍ୟ ପଦାକୁ ଆସିବ ବୋଲି ସେମାନେ କହିଛନ୍ତି ।
ଅନ୍ୟପକ୍ଷରେ ପାରିବାରିକ କଳହ ଯୋଗୁଁ ବଡ ଭାଇ ପରିବାରର ୫ ସଦସ୍ୟଙ୍କୁ ହତ୍ୟା କରିଥିବା ପୂର୍ବରୁ ପୋଲିସ ନିକଟରେ ସ୍ୱୀକାର କରିଛି ଅଭିଯୁକ୍ତ ସାନଭାଇ ଶିବ ସାହୁ । କଟକ ଗ୍ରାମାଚଂଳ ଏସପି ବି. ଯୁଗୋଳ କିଶୋର ଏନେଇ ସୂଚନା ଦେଇ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଏକ କଟୁରୀକୁ ଜବତ କରାଯାଇଛି । ହତ୍ୟାକାଣ୍ଡରେ ଅନ୍ୟ କାହାରି ସମ୍ପୃକ୍ତି ରହିଛି କି ନାହିଁ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।