ବଲାଣି, କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତେଜନା ପରେ ଯୋଡ଼ା ସହରରେ ୧୪୪ ଧାରା ଲାଗୁ କରାଯାଇଛି । ଏହା ବ୍ୟତୀତ ପ୍ରଶାସନ ପୁରା ଜିଲାରେ ରବିବାର ରାତି ଠାରୁ ବିଭିନ୍ନ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥାଙ୍କ ପକ୍ଷରୁ ଇଂଟରନେଟ ସେବା ବନ୍ଦ କରିଦିଆଯାଇଛି । ଏହା ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଇଂଟରନେଟ ଯୁଗ ରେ ସୋମବାର ଓ ମଙ୍ଗଳବାର ପ୍ରାୟ ଦୁଇ ଦିନ ହେଲା ଇଂଟରନେଟ ସେବା ବନ୍ଦ ରହିବା ଯୋଗୁଁ ବିଭିନ୍ନ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡିଛି । ଖାଉଟି ସରକାରଙ୍କ ହାତୀଧିକାରୀ କାର୍ଯ୍ୟକ୍ରମରେ ମିଳୁଥିବା ପେଡି ସାମଗ୍ରୀ ପାଉନଥିବା ବେଳେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଭତା ମଧ୍ୟ ପାଇ ପାରୁନଥିବା ଅଭିଯୋଗ ହେଉଛି ।ଫଳରେ ଗରିବ ଶ୍ରେଣୀର ଲୋକେ ହନ୍ତସନ୍ତ ହେଉଛନ୍ତି । ବିଶେଷ କରି କଲେଜ ଛାତ୍ରଛାତ୍ରୀ ଯେଉଁମାନଙ୍କର ଅନଲାଇନ ପାଠ ପଢା ହେଉଛି , ସେମାନେ ଶିକ୍ଷା ପ୍ରାପ୍ତରୁ ବଚିିତ ହୋଇ ପଡିଛନ୍ତି । ଏହା ବ୍ୟତୀତ ଅନଲାଇନ ବ୍ୟାଙ୍କିଙ୍ଗ ସେବା ବାଧାପ୍ରାପ୍ତ ହୋଇଛି । ଲୋକେ ପ୍ରତ୍ୟେକ ବାଣିଜ୍ୟିକ ପ୍ରତିଷ୍ଠାନରେ ନଗଦ କାରବାର କରିବାକୁ ବାଧ୍ୟ ହେଉଛନ୍ତି । ଲୋକଙ୍କ ମଧ୍ୟରେ ସାମାଜିକ ଆଦାନ ପ୍ରଦାନ ସମ୍ପୂର୍ଣ୍ଣ ଠପ ହୋଇପଡିଛି । ପ୍ରଶାସନ ଖୁବଶୀଘ୍ର ଇଂଟରନେଟ ସେବା ଚାଲୁ କରିବାକୁ ଜନସାଧାରଣ ରେ ଦାବି ହେଉଛି ।
Related Stories
November 22, 2024